Related Contents

ଡେପୁଟେସନ ରେ ଆସିଥିବା ପୁରୁଷ ଷ୍ଟାଫ ନର୍ସଙ୍କୁ ଆକ୍ରମଣ ଉଦ୍ୟମ-ବଲାଙ୍ଗୀର ଭେଷଜ ମହାବିଦ୍ୟାଳୟ

ବଲାଙ୍ଗୀର: ସୋମବାର ବିଳମ୍ବିତ ରାତ୍ରିରେ ବଲାଙ୍ଗୀର ଭେଷଜ ମହାବିଦ୍ୟାଳୟକୁ ଡେପୁଟେସନ ରେ ଆସିଥିବା ପୁରୁଷ ଷ୍ଟାଫ ନର୍ସଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି | ଏ ନେଇ ଥାନା ରେ ଲିଖିତ ଅଭିଯୋଗ ହୋଇଛି ଯେ ଡେପୁଟେସନ ରେ ଆସିଥିବା ଡାକ୍ତର ଓ ଷ୍ଟାଫନର୍ସଙ୍କୁ ଧମକ ଚମକ ଦିଆଯାଉଥିବା ଅଭିଯୋଗ ହେଉଛି |

ସୂଚନା ଅନୁଯାୟୀ ଗଂଜାମ,ଗଜପତି,ରାୟଗଡା,ନବରଙ୍ଗପୁର ଆଦି ଜିଲ୍ଲାରୁ ପ୍ରାୟ ୪୬ଜଣ ପୁରୁଷ ଓ ମହିଳା ନର୍ସ ବଲାଙ୍ଗୀର ଡାକ୍ତରଖାନା ରେ କାର୍ଯ୍ୟକରୁଛନ୍ତି | ସୋମବାର ଡେପୁଟେସନ ରେ ଆସିଥିବା କିଛି ପୁରୁଷ ଷ୍ଟାଫନର୍ସ ଡାକ୍ତରଖାନାର କାଜୁଏଲଟି ରେ ଥିବା ସମୟରେ ବିଳମ୍ବିତ ରାତିରେ କିଛି ଯୁବକ ଆସି ଧମକ ଚମକ ଦେଇ ଆକ୍ରମଣ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି | ଏ ସମୟରେ ଅନ୍ୟ କର୍ମଚାରୀ ଉଠିପଡିଥିବାରୁ ସେ ଯୁବକ ମାନେ ପଳାୟନ କରିଥିଲେ | ଫଳରେ ରାତିରେ ନିରାପଦ ମଣୁ ନଥିବା କର୍ମଚାରୀ ରାମେଶ୍ୱର ଭାତ୍ରା, ଫକୀର ଭୁଇ, ନବୀନ କିସାନ,ସନ୍ତୋଷ କର,ସୁଭାଗିନୀ ଦେଇ,ସୀତାମଣି କିଶକୁ,ମଧୁସ୍ମିତା ଦୁର୍ଗା,ବିଜୟଲକ୍ଷ୍ମୀ ସାହୁ,ଦ୍ଵତିକୃଷ୍ଣ ଗୌଡ଼ ପ୍ରମୁଖ ଟାଉନ ଥାନା ରେ ଲିଖିତ ଭାବେ ଜଣେଇଥିଲେ | ଅନ୍ୟ ପକ୍ଷରେ ମେଡିକାଲ କଲେଜ ପ୍ରଶାସନ ମାମଲାକୁ ଛପେଇଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି |

Comments are closed.