Thursday, March 28, 2024

Top 5 This Week

Related Posts

ଦର୍ଶକଙ୍କ ଜାନ୍ ହେଲା ‘କିସି କା ଭାଇ କିସି କି ଜାନ’

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୨୧/୦୪) : ପୁଣି ଦର୍ଶକଙ୍କ ଜାନ୍ ହେଲା ‘କିସି କା ଭାଇ କିସି କି ଜାନ’ । ରିଲିଜ୍ ହେଲା ଭାଇଜାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ । ଫାଷ୍ଟ ଡେ ଫାଷ୍ଟ ସୋ ଦେଖିବା ପାଇଁ ଶ୍ରୀୟା, ସ୍ଵାତି ଓ ସ୍ତୁତି ସିନେ କମ୍ପ୍ଲେକ୍ସରେ ରେ ନାହି ନଥିବା ଭିଡ ।

ଭାଇଜାନଙ୍କ ଫଟୋ କୁ କେକ ଖୁଆଇ ହଲ୍ ରେ ନାଚିଲେ ସଲ୍ଲୁ ଭାଇଙ୍କ ଫ୍ୟାନ । ଫିଲ୍ମ ଆରମ୍ଭରୁ ହଲରେ ହର୍ଷ ଉଲ୍ଲାସର ସହ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଭାଇଜାନଙ୍କ ଏଣ୍ଟ୍ରି ରୁ ହିଁ ତାଳି ଓ ହୁଇସଲ ଆରମ୍ଭ ହୋଇ, ସରିଥିଲା ଫିଲ୍ମର ଦି ଏଣ୍ଡରେ । ଏଥର ଇଦ ରେ ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ରେ ରୋମାଣ୍ଟିକ ଓ ଆକ୍ସନ ଅବତାର ଦେଖିବାକୁ ମିଳିଛନ୍ତି ଲୋକପ୍ରିୟ ଓ ଯଂଗ୍ ମାସଙ୍କ ଭାଇ, ସଲମାନ ଖାନ । ଇଦରେ କେବଳ ମୁସଲମାନ ସମ୍ପ୍ରଦାୟ ନୁହେଁ ପୁରା ଓଡ଼ିଶା ଅନେଇକି ବସିଥିଲା ଏହି ଫିଲ୍ମ ପାଇଁ ।

ଜଣେ ଦର୍ଶକ କହିଥିଲେ ଯେ ସେ ବହୁ ଆଗରୁ ଟିକେଟ ବୁକିଂ କରିଥିଲେ ଫାଷ୍ଟ ଡେ ଫାଷ୍ଟ ସୋ ଦେଖିବା ପାଇଁ କାରଣ ସେ ସଲମାନ ଖାନଙ୍କ ଜଣେ ବହୁତ ବଡ ଫ୍ଯାନ । ସେ ସବୁବେଳେ ସଲ୍ଲୁ ଭାଇଙ୍କ ଫିଲ୍ମ ଫାଷ୍ଟ ଡେ ଫାଷ୍ଟ ସୋ ରେ ହିଁ ଦେଖନ୍ତି । ଇଦ୍‌ରେ ସଲମାନଙ୍କ ଫିଲ୍ମ ରିଲିଜ୍ ହେବାର ଧାରା ଦୀର୍ଘ ଦିନ ଧରି ରହିଆସିଥିବା ବେଳେ ସଲମାନଙ୍କ ଫିଲ୍ମ ‘ୱାଣ୍ଟେଡ୍’, ‘ବଡିଗାର୍ଡ’, ‘ସୁଲତାନ’, ‘ଦବଙ୍ଗ’ ଏବଂ ‘ବଜରଙ୍ଗୀ ଭାଇଜାନ୍’ ମଧ୍ୟ ଇଦ୍‌ରେ ରିଲିଜ୍‌ ହୋଇଥିଲା ଆଉ ବକ୍ସ ଅଫିସ୍‌ରେ ହଙ୍ଗାମା କରିଥିଲା । ଆଉ କିଛି ଫ୍ଲପ୍ ମଧ୍ୟ ହୋଇଥିଲା ।

Popular Articles