ଜିଲ୍ଲାଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ସମ୍ପର୍କିତ ଆଇନ୍ ସଚେତନତା କାର୍ଯ୍ୟକ୍ରମ

0
157
ଜିଲ୍ଲାଆଇନ ସେବା ପ୍ରାଧିକରଣ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୧/୦୪) : ଶୁକ୍ରବାର ସମୟ ଘ. ୦୪.୦୦ମି. ସମୟ ରେ ରାୟଗଡା ସ୍ଥାନୀୟ ଜିମିଡିପେଟା ପଂଚାୟତ ପରିସରରେ ଏକ ଜିଲ୍ଲାଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 04 21 at 21.14.52 ଜିଲ୍ଲାଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ସମ୍ପର୍କିତ ଆଇନ୍ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲାଆଇନ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୌଜଦାରୀ ଆଇନ ବ୍ୟବସ୍ଥା ସମ୍ପର୍କିତ, ଏଫ୍.ଆ.ଆର, ବେଲ୍, ସମନସ ଇତ୍ୟାଦି ଉପରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଗୁରୁଚରଣ ଜେନାମଣି, ପ୍ରୋବେସନର ଜୁଡିସିଆଲ ମାଜିଷ୍ଟ୍ରେଟ, ପ୍ରଣ୍ଟ ଅଫିସ ରିଟେନର, ବ୍ଲକ ରିଟେନର, ସେସ୍କାଲ ଥାନାର ଥାନାଧିକାରୀ, ଜିମିଡିପେଟା ପଞ୍ଛାୟତର ସରପଞ୍ଛ୍ ଓ ଅନ୍ୟାନ୍ୟ କର୍ମଚାରୀ ଏହି ସଭାରେ ଉପସ୍ଥିତ ଥିଲେ ।

ଉପସ୍ଥିତ ଅତିଥି ମାନେ ନିଜର ଅଭିଭାଷଣରେ ଭାରତୀୟ ଆଇନ ବ୍ୟବସ୍ଥାରେ ଫୌଜଦାରୀ ଆଇନକୁ କିପରି ସଠିକରୂପେ ପ୍ରଣୟନକରି ସାଧାରଣ ଲୋକ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ ସହ ଦୋଷୀ ନିର୍ଦୋଷରେ ଖସିପାରିବ ନାହିଁ ସେ ସମ୍ପର୍କରେ ନିଜ ନିଜର ଅଭିଭାଷଣରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ସର୍ବୋପରି ଏହି କାର୍ଯ୍ୟକ୍ରମରେ ଜିମିଡିପେଟା ପଞ୍ଛାୟତର ସରପଞ୍ଛ୍ ଓ ଲୋକ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି ।