Thursday, March 28, 2024

Top 5 This Week

Related Posts

ଏସଇବିସି ର ଦ୍ଵିତୀୟ ପର୍ଯ୍ୟାୟ ତାଲିମ ଅନୁଷ୍ଠିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୧/୪) : ରାୟଗଡ଼ା ଜିଲ୍ଲାରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସମ୍ପର୍କିତ ସର୍ଭେ ନିମନ୍ତେ ଏସଇବିସି ର ଦ୍ଵିତୀୟ ପର୍ଯ୍ୟାୟ ତାଲିମ ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ଅନୁଷ୍ଠିତ ହୋଇଯାଇଅଛି ।

ରାୟଗଡ଼ା ବ୍ଲକରେ ଅଧିକ ସଂଖ୍ୟକ ତାଲିମାର୍ଥି ଯୋଗୁଁ ଏପ୍ରିଲ ୨୧ ଓ ୨୪ ତାରିଖ ଦୁଇଦିନ ଏସଇବିସି ର ତାଲିମ ନିମନ୍ତେ କାର୍ଯ୍ୟକ୍ରମ କରାଯାଇଅଛି । ବିଡିଓ ଲକ୍ଷ୍ମୀନାରାୟଣ ସାବତ, ଏବିଡିଓ କାଳୁ ଚରଣ ନାୟକ, ଜିପିଇଓ ତାଲିମ ପ୍ରଦାନ କରିଥିଲେ । ଫର୍ମ ପୂରଣ କୌଶଳ ଶିକ୍ଷା ସହ ଏକକ ଅଭିନୟ ମାଧ୍ୟମରେ ଅଭ୍ୟାସ କରାଯାଇଥିଲା । ରାଜ୍ୟ ସରକାରଙ୍କ ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିରେନ୍ଦ୍ର କରକରା ଶୁକ୍ରବାର ଦିନ ରାୟଗଡ଼ା ସଦର ମହକୁମାରେ ପହଞ୍ଚି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଓ ଅନ୍ୟ କର୍ମଚାରୀଙ୍କ ସହ ସର୍ଭେ ସମ୍ପର୍କିତ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ । ସକାଳ ୧୦ଘଟିକା ସମୟରେ ରାୟଗଡ଼ା ବ୍ଲକ ସଦଭାବନା ଗୃହରେ ଅନୁଷ୍ଠିତ ଦ୍ଵିତୀୟ ପର୍ଯ୍ୟାୟ ତାଲିକାରେ ଯୋଗ ଦେଇ ତାଲିମାମାର୍ଥିଙ୍କୁ ସର୍ଭେ ସମ୍ପର୍କିତ ସମସ୍ୟାର ଆଶୁ ସମାଧାନ ପ୍ରବାର୍ତ୍ତାଇଥିଲେ ।

ପରେ କୋଲନରା, ରାମନାଗୁଡ଼ା, ରାୟଗଡ଼ା ଓ ଗୁଣୁପୁର ବ୍ଲକ୍ ଓ ପୌର ପରିଷଦରେ ଅନୁଷ୍ଠିତ ତାଲିମର ଯୋଗ ଦେଇ ଫର୍ମ ପୂରଣ କୌଶଳ, ତାଲିମାର୍ଥିଙ୍କ ସର୍ଭେ ସମ୍ପର୍କିତ ଜ୍ଞାନ ବିଷୟରେ ତଦାରଖ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର, ମୁଖ୍ୟତଃ ସ୍ଥାନୀୟ ବସ ଗୁଡିକରେ ପୋଷ୍ଟର ମାଧ୍ୟମରେ ଜନସଚେତନତା କରାଯାଇଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ । ଆଗାମୀ ମେ ଏକ ତାରିଖ ରୁ ଆରମ୍ଭ ହେବାକୁ ଥିବା ସର୍ଭେ କେନ୍ଦ୍ର ଗୁଡିକରେ ଆନୁଷଙ୍ଗିକ ବ୍ୟବସ୍ଥା ସହ ଯେପରି ସମସ୍ତ ଯୋଗ୍ୟ ପରିବାର ଫର୍ମ ଦାଖଲ କରିପାରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ବ୍ୟାପକ ପ୍ରଚାର, ପ୍ରସାର ନିମନ୍ତେ ଗଣମାଧ୍ୟମର ସହଯୋଗ କାମନା କରିଥିଲେ ।

Popular Articles