ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଜୟ ଭାରତ ସତ୍ୟାଗ୍ରହ

0
129
ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୧/୦୪) : ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଗୁରୁବାର ଜୟ ଭାରତ ସତ୍ୟାଗ୍ରହ ଆୟୋଜିତ ହୋଇଛି ।WhatsApp Image 2023 04 20 at 17.54.59 ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଜୟ ଭାରତ ସତ୍ୟାଗ୍ରହ

ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଶତାଧୀକ ଦଳୀୟ ନେତା ଓ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଏକତ୍ର ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ । କେନ୍ଦ୍ର ବିଜେପି ସରକାରଙ୍କ ନୀତି ବିରୋଧରେ ଉଦବୋଧନ ଦେଅ ଦେଶର ସମ୍ବିଧାନ ଏବଂ ଗଣତନ୍ତ୍ର ପାଇଁ ଏବେ ବିପଦ ସୁଷ୍ଟି ହୋଇଛି ବୋଲି କହିଥିଲେ କଂଗ୍ରେସ ନେତା । ଏଭଳି ପରିସ୍ଥିତି ରେ ଲୋକତନ୍ତ୍ର କୁ ବଜାୟ ରଖିବା ପାଇଁ ଶେଷ ପର୍ଯ୍ୟନ୍ତ ଲଢିବାକୁ ଆହ୍ୱାନ ଦିଆଯାଇଥିଲା । ଜିଲ୍ଲା ସଭାପତି ଗୌରିଶ୍ୟାମ ପଣ୍ଡାଙ୍କ ନେତୃତ୍ୱରେ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ, ଜିଲ୍ଲା ଉପସଭାପତି ରାଜଗୋପାଳ ପାଣିଗ୍ରାହୀ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସୂର୍ଯ୍ୟକାନ୍ତି ବାଗ, ଜିଲ୍ଲା କିଷାନ ସଭାପତି ନରେନ୍ଦ୍ର ପଣ୍ଡା, ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ସାଂଗଠନିକ ସମ୍ପାଦକ ସୁଧୀର ପଣ୍ଡା, ବରିଷ୍ଠ ନେତା ମାଧବ କୁମ୍ଭାର, ରାଜେନ୍ଦ୍ର ମେହେର, ପ୍ରଦୀପ ସେଠୀ, ସ୍ୱପ୍ନେଶ୍ୱର ପୁଷ୍ଟି, ସୁମନ୍ତ ସାହୁ, ଶେଷଦେବ ମେହେର, ରବିନ୍ଦ୍ର ହୋତାଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇଥିଲେ ।