ପୋଷ୍ୟ ସନ୍ତାନ ଗ୍ରହଣ ସ୍ନେହ ଓ ବନ୍ଧନ ର ପ୍ରତୀକ ବଙ୍ଗୀୟ ଦମ୍ପତିଙ୍କ ଦ୍ଵାରା ପୋଷ୍ୟ ସନ୍ତାନ ଗ୍ରହଣ

0
233
ପୋଷ୍ୟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୦/୦୪) : ସ୍ଥାନୀୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ଆଇ.ଡି.ଏସ ସଂସ୍ଥା ମାଧ୍ୟମରେ ପରିଚାଳିତ ହୋଇଆସୁଥିବା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ରୁ କୋଲକାତା ନିବାସୀ ଜଣେ ଦମ୍ପତି ଗୋଟିଏ ସାତ ମାସର କନ୍ୟା ସନ୍ତାନ କୁ ପୋଷ୍ୟସନ୍ତାନ ରୂପେ ଗ୍ରହଣ କରିଛନ୍ତି ।

ବିଧି ମୁତାବକ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଉପସ୍ଥିତ ରହି ନିଜ କର କମଳରେ କନ୍ୟା ସନ୍ତାନ ଟିକୁ ଆଶାୟୀ ବଙ୍ଗୀୟ ଦମ୍ପତି ଙ୍କୁ ହସ୍ତାନ୍ତର କରିଥିଲେ । ଉକ୍ତ ସନ୍ତାନ ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଆଇ.ଡି.ଏସ ସଂସ୍ଥାର ମୁଖ୍ୟ ଶ୍ରୀ ଦେବେନ୍ଦ୍ର କୁମାର ବେହେରା ଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁ ମଙ୍ଗଳ କମିଟି ଓ ଆଇ.ଡି.ଏସ ସଂସ୍ଥାର ସମସ୍ତ କର୍ମୀ ଉପସ୍ଥିତ ଥିଲେ ।