ଧାନକ୍ରୟ କମିଟି ବୈଠକ କୁ ଚାଷୀ ସଂଗଠନ ମାନଙ୍କୁ ନଡାକିବା ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ

0
147
ଧାନକ୍ରୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୯/୦୪) : ଚଳିତ ରବି ଧାନକ୍ରୟ ପାଇଁ ଜିଲ୍ଲା ପ୍ରଶାସନ ର ଧାନକ୍ରୟ କମିଟି ବୈଠକ ରେ ଜିଲ୍ଲାର ପ୍ରମୁଖ ଚାଷୀ ସଂଗଠନ ମାନଙ୍କୁ ନ ଡାକିବା ଦ୍ୱାରା ସମସ୍ତ ଚାଷୀ ତାଙ୍କର ପ୍ରକୃତ ହକ୍ ରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ଆଜି କିଛି ଚାଷୀ ସଂଗଠନ ର ପ୍ରତିନିଧି ।

ଏଥିପାଇଁ ଆଜି ସହରର ହୋଟେଲ ପ୍ରୋଗ୍ରେସ ଇନ୍ ଠାରେ ନବନିର୍ମାଣ କୃଷକ ସଙ୍ଗଠନ ର ଆହ୍ୱାନ କ୍ରମେ ଜିଲ୍ଲା ର ସମସ୍ତ କୃଷକ ସଙ୍ଗଠନ ଯଥା ଶ୍ରୀ ଗଣେଶ ଆଞ୍ଚଳିକ କୃଷକ ସଙ୍ଗଠନ, ବିନିକା, କୃଷକ ବିକାଶ ପରିଷଦ ବୀରମହାରାଜପୁର, ଜିଲ୍ଲା କୃଷକ ସଙ୍ଗଠନ, ସୁବର୍ଣ୍ଣପୁର ଆଦି ର ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ  ହୋଇଥିଲା । ଜିଲ୍ଲା ରେ ଚାଷୀ ସମସ୍ୟା ର ପୁନରାବୃତ୍ତି ପ୍ରତ୍ୟେକ ଋତୁ ରେ ହେଉଥିବା ବେଳେ କୌଣସି ଧାନକ୍ରୟ କମିଟି ମିଟିଂ କୁ ଚାଷୀ ପ୍ରତିନିଧି ରୂପେ କୌଣସି ସଂଗଠନ କୁ ଡକାଯାଉ ନାହିଁ । ଏବଂ ସରକାର ଙ୍କୁ ସୁହାଇଲା ଭଳିଆ ହାତଗଣତି ପ୍ରତିନିଧି ଙ୍କୁ ଡାକି ଉଦ୍ଦେଶ୍ୟମୂଳକ ଭାବେ ସମସ୍ୟା କୁ ଜଟିଳ କରି ମିଲର୍ସ, ବେପାରୀ ତଥା ଅଧିକାରୀ ମାନଙ୍କ ପକେଟ ଗରମ କରିବା ଭଳି ନୀତି ନିର୍ଧାରିତ ହେଉଛି । ଏହାକୁ ସବୁ ସଂଗଠନ ଦୃଢ଼ ନିନ୍ଦା କରିଛନ୍ତି ।

ସଂଗଠନ ମାନେ କହିଛନ୍ତି ମଣ୍ଡି ର ଅପର୍ୟାପ୍ତ ଭିତ୍ତିଭୂମି, ଗୋଦାମ ଘର ର ଅଭାବ, ପ୍ରତିପତ୍ତିଶାଳୀ ଲୋକ ତଥା ଶାସକ ଦଳ କର୍ମୀ ମାନଙ୍କ ଗୃହିଣୀ ମାନଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଉପରେ ଦବଦବା, ମିଲର୍ସ ର ମନମାନୀ ରେ ଧାନ ଉଠିବା, କୃତ୍ରିମ ଅଭାବୀ ବିକ୍ରୀ ପରିସ୍ଥିତି ସୃଷ୍ଟି କରିଵା ତଥା ଧାନ କ୍ରୟ କେନ୍ଦ୍ର ରେ ଚାଷୀ ମାନଙ୍କୁ କୌଣସି ସୁବିଧା ନ ଦେଵା ଆଦି ଅନେକ ବିଷୟରେ ଚାଷୀ ସଂଗଠନ ମାନେ ବାରମ୍ବାର ଜିଲ୍ଲା ପ୍ରଶାସନ କୁ ଅବଗତ କରାଉଛନ୍ତି କୌଣସି ଚାଷୀ ହେଲେମଧ୍ୟ କୌଣସି ପ୍ରମୁଖ ସଂଗଠନ କୁ ଡି.ଏଲ.ପି.ସି ମିଟିଂ କୁ ଡକାଯାଉ ନାହିଁ ବୋଲି ସଂଗଠନ ମାନେ କ୍ଷୋଭ ପ୍ରକାଶ କରିଛନ୍ତି ଓ ପ୍ରଶାସନ ଏହି ରବି ଋତୁ ରେ ଉତ୍ତମ ପଦକ୍ଷେପ ନ ନେଲେ ଦୃଢ଼ ଆନ୍ଦୋଳନ ହେବ ବୋଲି ସଂଗଠନ ମାନେ ଚେତାବନୀ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ସଂଗଠନର ଯୁବ ସଂଯୋଜକ ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ଶ୍ରୀଗଣେଷ ଆଞ୍ଚଳିକ କୃଷକ ସଂଗଠନ ବିନିକା ର ଦେବାଶିଷ ଦାଶ ଓ ରମେଶ ଦାଶ,ବୀରମହାରାଜପୁର କୃଷକ ବିକାଶ ପରିଷଦ ର ପ୍ରଦୀପ ସ୍ୱାଇଁ,ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନର ବୈକୁଣ୍ଠ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।