କ ନୂଆଗାଁ ରେ ବିଜୁ ବାବୁ ଙ୍କ ତିରୋଧାନ ଦିବସ ପାଳିତ

0
109
କ ନୂଆଗାଁ

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା, (୧୭/୪) : ବାଲିଗୁଡା ନିର୍ବାଚନୀ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୨୬ ତମ ତିରୋଧାନ ଦିବସ କ ନୂଆଗାଁ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇଛି ।WhatsApp Image 2023 04 17 at 20.47.12 କ ନୂଆଗାଁ ରେ ବିଜୁ ବାବୁ ଙ୍କ ତିରୋଧାନ ଦିବସ ପାଳିତ

ସକାଳୁ କୁଡୁତୁଲୀ ନଦୀ ରେ ତିଳ ତର୍ପଣ କାର୍ଯ୍ୟକ୍ରମ ହୋଇଛି । ପରେ କ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଜେଡି କର୍ମୀ ସଫେଇ କାର୍ଯ୍ୟ କରି ଥିଲେ । ଓଡିଶା ମୋ ପରିବାର ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବଙ୍ଗଳା ଠାରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଙ୍କ ଉପସ୍ଥିତି ରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ୨୬ ଜଣ ରକ୍ତ ଦାତା ରକ୍ତ ଦାନ କରିଥିଲେ । ପରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଙ୍କ ନେତୃତ୍ୱ ରେ ଏକ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । କନ୍ଧମାଳ ଜିଲ୍ଲା ପର୍ଯବେକ୍ଷକ ବିଜୟ କୁମାର ନାୟକ, ଯୋଗ ଦେଇ ବିଜେଡି କର୍ମୀ ଙ୍କୁ ଶପଥ ପାଠ କରାଇଥିଲେ ।

ଏଥିରେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ତୁମୁଡିବନ୍ଧ ବିଜେଡି ବ୍ଲକ ସଭାପତି ପ୍ରମୋଦ ସାହୁ, ପୂର୍ବତନ ବିଧାୟକ ରାଜୀବ ପାତ୍ର, ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ, ବାଲିଗୁଡା ନଗର ସଭାପତି ଅବନୀ କାନ୍ତ ନାୟକ, ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ପାଢ଼ୀ, ଜିଲ୍ଲା ସମ୍ପାଦକ ସାବେଜ଼ ବାଲିଗୁଡା ଜିଲ୍ଲା ପରିଷଦ ଆଶିଷ ଡିଗାଲ, କନୂଆଗାଁ ବ୍ଲକ ସାଂସଦ ପ୍ରତିନିଧି ସହଦେଵ ପାତ୍ର କୋଟଗଡ ବ୍ଲଜ ବିଜେଡି ସଭାପତି ଷ୍ଟିଫେନ ପ୍ରଧାନ ସମେତ ବହୁ ବରିଷ୍ଟ ବିଜେଡି କର୍ମୀ ବିଜୁ ବାବୁ ଙ୍କ ଜୀବନୀ ସମ୍ପର୍ଜ ରେ ଆଲୋକ ପାତ କରିଥିଲେ । କ ନୂଆଗାଁ ବ୍ଲକ ବିଜେଡି ସଭାପତି ଭାଗ୍ୟବାନ ବେହେରା ସଭା କାର୍ଯ୍ୟ ପରିଚାଳନା କରି ଥିଲେ । ଏଥିରେ କ ନୂଆଗାଁ, ବାଲିଗୁଡା, ତୁମୁଡିବନ୍ଧ କୋଟଗଡ ବ୍ଲକ ର ବହୁ ସଂଖ୍ୟା ରେ ବିଜେଡି କର୍ମୀ ଯୋଗ ଦେଇ ଥିଲେ ।