ଗୁଣପୁର ବିଜେଡି ପାଳୁଛି ବିଜୁବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ

0
96
ଗୁଣପୁର ବିଜେଡି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୭/୪) : ରାୟଗଡା ଜିଲ୍ଲା ଗୁଣପୁର ନୁଆ ବସଷ୍ଟାଣ୍ଡ ନିକଟରେ ଗୁଣପୁର ବିଜେଡି ପକ୍ଷରୁ ବିଜୁବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି ।WhatsApp Image 2023 04 17 at 14.52.21 1 ଗୁଣପୁର ବିଜେଡି ପାଳୁଛି ବିଜୁବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ

ଆଜି ସକାଳୁ ସକାଳୁ ନୁଆ ବସଷ୍ଟାଣ୍ଡ ନିକଟରେ ଗୁଣପୁର ବିଧାୟକ ଙ୍କ ନେତୃତ୍ଵରେ ବିଜୁ ପ୍ରେମୀ ମାନେ ଏକାଠି ହୋଇ ବିଜୁ ବାବୁଙ୍କ ପ୍ରତିମୁର୍ତ୍ତୀ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିଲେ । ପରେ ଗୁଣପୁର ମେଡିକାଲ ପରିସରରେ ରୋଗୀଙ୍କୁ ଫଳ, ରୁଟି ସହ ଫଳ ରସ ପ୍ରଦାନ କରିଥିଲେ । ବିଜୁ ପ୍ରେମୀ ମାନେ ଉପସ୍ଥିତ ରହି ବିଜୁ ବାବୁଙ୍କ ସେବା, ତ୍ୟାଗ, ଓଡିଆ ସ୍ୱାଭିମାନର ପ୍ରତିକ ପ୍ରବାଦ ପୁରୁଷଙ୍କୁ ମନେପାକାଇଥିଲେ । ଗୁଣପୁର ବିଜେଡି ର ସମସ୍ତ ନେତା ଏକଜୁଟ ହୋଇ ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ନେଇ ଗଢ଼ି ତୋଳିବାପାଇଁ ବିଧାୟକ ସମସ୍ତ ଦଳୀୟ କର୍ମୀଙ୍କୁ ଶପଥ ପାଠ କରାଇଥିଲେ । ଏହି ସମୟରେ ଛାତ୍ର ସଭାପତି ପିଙ୍କୁ ପଣ୍ଡା, ନଗର ସଭାପତି ରାମ ପଣ୍ଡା, ବ୍ଲକ ସଭାପତି ଭାଷା ଶତପଥୀ, ବାଳୀ ଗମାଙ୍ଗ, ଅଶ୍ଵିନୀ ଗମାଙ୍ଗ, ଏସ ବାବା ପ୍ରସାଦ, ରାଜେନ୍ଦ୍ର ପ୍ରସାଦ ପାଢ଼ୀ, ରାଜୁ ସାହୁ, ସାନ୍ତୁ, ମୁନା ପାଣି, ସାନ ବାଉରୀ, ରିଣ୍ଟୁ ଦାସ, ପ୍ରକାଶ କିରଣ ଏବଂ ଅନେକ ବିଜୁ ପ୍ରେମୀ ଉପସ୍ଥିତ ରହିଥିଲେ । ଶେଷରେ ବାଳ ନିକେତନ ଅନାଥ ଆଶ୍ରମରେ ଅନାଥ ଶିଶୁ ମାନଙ୍କୁ ଭୋଜନ ବଣ୍ଟନ କରାଯାଇଥିଲା ।