ଏକ ମାସ ହେଲାଣି ୧୦୮ ରୋଗୀବୁହା ଗାଡି ବନ୍ଦ ରୋଗୀ ହନ୍ତସ୍ତ ପ୍ରଶାସନ ଜାଣିଶୁଣି ଚୁପ

0
273
ଏକ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୭/୪) : ଆଦିବାସୀ ଅଧ୍ୟୁଷିିତ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ପ୍ରାୟ ଏକ ମାସ ହେଲାଣି ୧୦୮ ରୋଗୀବୁହା ଗାଡି ଠପ ହୋଇଥିବାରୁ ରୋଗୀ ହନ୍ତସ୍ତ ।WhatsApp Image 2023 04 17 at 11.20.19 1 ଏକ ମାସ ହେଲାଣି ୧୦୮ ରୋଗୀବୁହା ଗାଡି ବନ୍ଦ ରୋଗୀ ହନ୍ତସ୍ତ ପ୍ରଶାସନ ଜାଣିଶୁଣି ଚୁପ

ପ୍ରଶାସନ ଜାଣିଶୁଣି ଚୁପ ରହିଥିବା ଦେଖିବାକୁ ମିଳିଛି । କଲ୍ୟାଣସିଂହପୁର ବ୍ଲକରେ ୧୪ ଟି ପଞ୍ଚାୟତ ରହିଥିବା ବେଳେ ଅନେକ ଗାଁ ଦୃଗମାଞ୍ଚଳ ରହିଛି । ରାଜ୍ୟ ସରକାର ରୋଗୀଙ୍କ ସୁବିଧାପାଇଁ ମାଗଣାରେ ରୋଗୀବୁହା ଗାଡି ଯୋଗାଇଛନ୍ତି । ଜରୁରୀ ରୋଗୀ, ଗର୍ବବତୀ, ପ୍ରସୂତି ଓ ଦୁର୍ଘଟଣା ଗ୍ରସ୍ତ ଙ୍କୁ ମାଗଣାରେ ନେବା ଆଣିବା ସୁବିଧା କରିଛନ୍ତି । କିନ୍ତୁ ପ୍ରାୟ ଏକ ମାସ ହେଲାଣି ରୋଗୀବୁହା ଗାଡିଟିର କୌଣସି ଯାନ୍ତ୍ରୀକ ତୃଟି ରହିଥିବାରୁ ଜରୁରୀ କାଳୀନ ରୋଗୀଙ୍କ କାମରେ ଲାଗୁନି ଯାହା ଫଳରେ ଅନେକ ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି । ଖବର ନେବାରୁ ଜଣାପଡିଛିଦେ ଗତ ୨୪ ତାରିଖରୁ ରୋଗୀବୁହା ଗାଡିଟି ଖରାପ ହୋଇ ଜିଲ୍ଲାରେ ଏକ ଗେରେଜରେ ପଡି ରହିଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି । ଏହି ବ୍ଲକରେ ଅନେକ ସମୟରେ ରୋଗୀ, ଗର୍ବବତୀ ମହିଳା ମାନଙ୍କୁ ଭାର, ଖଟିଆରେ ବୁହାହୋଇ ମାଇଲ ମାଇଲ ବାଟ ଚାଲି ସ୍ୱାସ୍ଥ୍ୟ କେନ୍ଦରେ ପହଞ୍ଚୁଥିଲେ ।

ଯେଉଁ ଦିନଠାରୁ ରୋଗୀବୁହା ଗାଡିର ସୁବିଧା ପାଇଥିଲେ ସେହି ଦିନଠାରୁ ଲୋକେ ରୋଗୀକୁ ବୁହାକରି ଆଣିବାର ବନ୍ଦକରି ରୋଗୀବୁହା ଗାଡିକୁ ସୂଚନା ଦେଇରୋଗିବୁହା ଗାଡିରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀ ଆଣୁଥିଲେ । ପୁଣି ଗାଡିଟି ପ୍ରାୟ ମାସେ ହେଲାଣି ଖରାପ ରହିଥିବାରୁ ଜରୁରୀ କାଳୀନ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହବା ସହ ବେସରକାରୀ ଗାଡିକୁ ଭରସା କରି ଗରିବଗୁରୁବା ଲୋକେମାନେ ଖର୍ଚ୍ଚାନ୍ତ ହେଉଛନ୍ତି । ଏଭଳି ସମସ୍ୟା ଲାଗି ରହିଥିବାରୁ ଗ୍ରାମର କିଛି ଯୁବକ ଏହି ଘଟଣାକୁ ନେଇ ଗ୍ରୀଭେନ୍ସରେ ମଧ୍ୟ ଅଭିଯୋଗ କରିଥିବା ଜଣା ପଡିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରି ତୁରନ୍ତ ଅନ୍ୟଏକ ନୁଆ ରୋଗୀବୁହା ଗାଡି ଏହି ବ୍ଲକରେ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି । ଯଦି ରୋଗୀବୁହା ଗାଡି ପହଞ୍ଚିବାରେ ବିଳମ୍ବ ହୁଏ ତାହାହେଲେ ପୁର୍ବଭଳି ଲୋକେ ପୁଣି ଖଟିଆ ଓ ଭାର କରି ରୋଗୀକୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବାକୁ ବାଧ୍ୟହେବେ ବୋଲି ବୁଦ୍ଧିଜୀବୀ ମାନେ ଆଲୋଚନା କରୁଛନ୍ତି ।