Related Contents

ଭୂମିକା ପକ୍ଷରୁ ଚନ୍ଦନଭାଟି ଠାରେ ବିଶ୍ୱ ନାଟ୍ୟ ଦିବସ -ବଲାଙ୍ଗୀର

ବଲାଙ୍ଗୀର: ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ଭୂମିକା ପକ୍ଷରୁ ଚନ୍ଦନ ଭାଟି ଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି |

ଭୂମିକା ସଭାପତି ରୁଦ୍ରଦେବ ପ୍ରଧାନଙ୍କ ସଭାପତିତ୍ୱରେ ଚନ୍ଦନଭାଟି ପଂଚାୟତ ହାଇସ୍କୁଲଠାରେ ଅନୁଷ୍ଠିତ ସଭାରେ ବରିଷ୍ଠ କଳାକାର, ଲୀଳା ନାଟ୍ୟ ନିର୍ଦେଶକ ତଥା ଜ୍ୟୋତିଶ୍ଚର୍ଯ୍ୟ ତ୍ରିଲୋଚନ ମିଶ୍ର, ଚନ୍ଦନ ଭାଟି ସରପଞ୍ଚ ମିନାକୁମାରୀ ଭୋଇ ଓ ପଂଚାୟତ ହାଇସ୍କୁଲ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେର ଅତିଥି ଭାବରେ ଯୋଗଦେଇଥିଲେ |
ଏହି ଅବସରରେ ଲୀଳା ନାଟ୍ୟ କଳାକାର ଶ୍ରୀ ମିଶ୍ର ଙ୍କୁ ନାଟ୍ୟାଚାର୍ଯ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା | ସମ୍ମାନର ପ୍ରତ୍ୟୁତ୍ତର ରେ ଶ୍ରୀ ମିଶ୍ର ଅବକ୍ଷୟମୁଖୀ ଗ୍ରାମ୍ୟ ନାଟକକୁ ବଂଚେଇ ରଖିବାରେ ତାଙ୍କର ଯୋଗଦାନ ସମ୍ପର୍କରେ ସୂଚନା ଦେଇଥିଲେ |ବାଲ୍ୟକାଳରୁ ସେ ଲୀଳା ନାଟକ କରି ଆସୁଛନ୍ତି ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ନାଟକ କରୁଥିବେ ବୋଲି କହିଥିଲେ | ନାଟ୍ୟଭୂଷଣଃ ଜଗଦାନନ୍ଦ ଛୁରିଆ ସଭାରେ ଯୋଗଦେଇ ଗ୍ରାମ୍ୟ ନାଟକର ସୁଦୂରପ୍ରସାରୀ ପ୍ରଭାବ ସମ୍ପର୍କରେ ସୂଚନା ଦେଇଥିଲେ |କଟକ ଜିଲ୍ଲା କୋଠପଦାରେ ଜଣେ ମହନ୍ତ ମହାରାଜଙ୍କ ଉଦ୍ୟମକ୍ରମେ ଏକ ନାଟମଣ୍ଡପ ତିଆରି ହୋଇଥିଲା | ଏତେ ଉଚ୍ଚକୋଟୀର ନାଟକ ହେଉଥିଲା ଯେ, କଟକରୁ ନାଟ୍ୟ ଦଳ ମାନେ ଯାଇ ସେଠାରେ ନାଟକ ପ୍ରଦର୍ଶନ କରୁଥିଲେ | ଏବେବି ପ୍ରତିବର୍ଷ ସରସ୍ବତୀ ପୂଜା ସମୟରେ କଳାକାରମାନେ ସେଠାରେ ନାଟକ ପ୍ରଦର୍ଶନ କରିବାକୁ ଯାନ୍ତି | ସେହିଭଳି ଭୂମିକା ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳକୁ ଯାଇ ନାଟକର ପୁନରୁତ୍ଥାନ ପାଇଁ କାମ କରିବା ବେଶ ପ୍ରଶଂସନୀୟ ବୋଲି କହିଥିଲେ | ଅନ୍ୟତମ ଆଲୋଚକ ନାଟ୍ୟ ନିର୍ଦେଶକ ଅବଦୁଲ ଯାମଳ ଖାଁ ନାଟକର ଚରିତ୍ରୟାନ ଉପରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିବା ବେଳେ ବର୍ଷିଆନ ନାଟ୍ୟ ନିର୍ଦେଶକ ସନାତନ ଠାକୁର ମିଳାଙ୍କ ପାଇଁ ନାଟକର ବିଭିନ୍ନ ଦିଗ ଓ ସ୍କୁଲ ସ୍ଥରୀୟ ନାଟକ ବ୍ୟବସ୍ଥା ସମ୍ପର୍କରେ ସୂଚନ ଦେଇଥିଲେ | ଅତିଥି ତଥା ପ୍ରଧାନ ଶିକ୍ଷକ ଶ୍ରୀ ମେହେର, ଭୂମିକାର ପ୍ରୟାସକୁ ପ୍ରଶଂସା କରିବା ସହ ଏ ପ୍ରୟାସ ଆଗକୁ ମଧ୍ୟ ଅନବରତ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ | ଅନ୍ୟତମ ଅତିଥି ତଥା ସରପଞ୍ଚ ଶ୍ରୀମତୀ ଭୋଇ ବିଶ୍ୱ ନାଟକ ଦିବସ ର ଆୟୋଜନ ଗ୍ରାମ୍ୟ ନାଟକକୁ ବଞ୍ଚାଇ ରଖିବାରେ ସହାୟକ ହେବ ବୋଲି ଆସ ବ୍ୟକ୍ତ କରିଥିଲେ | ପ୍ରାରମ୍ଭରେ ଭୂମିକା ପକ୍ଷରୁ ଅଖିଳ ଚନ୍ଦ୍ର ହୋତା ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଚିତ୍ତରଞ୍ଜନ ଦାସ ବିଶ୍ୱ ନାଟ୍ୟ ଦିବସ ର ବାର୍ତା ପାଠ କରିଥିଲେ | ନିଗମାନନ୍ଦ ନାଥ ମାନପତ୍ର ପାଠ କରିଥିଲେ | ଶେଷରେ ଶିରୀଶ ଚନ୍ଦ୍ର ହୋତା ଧନ୍ୟବାଦ ଅର୍ପଣ କରିଥିଲେ | ଭୂମିକାର ଧର୍ମେନ୍ଦ୍ର ନନ୍ଦ, ମହେନ୍ଦ୍ର ମଲ୍ଲିକ, ବ୍ୟାସଦେବ ନନ୍ଦ, ଚନ୍ଦନଭର୍ଟର ସଂକୀର୍ତନ ମେହେର, ବନମାଳୀ ମେହେର, ଟୁନା ପାଣିଗ୍ରାହୀ, ଗୌର ହାତୀ, ଜୟ ଦେବ ପୁଟେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Comments are closed.