Friday, March 29, 2024

Top 5 This Week

Related Posts

ଅବକାରୀବିଭାଗ ର ଜ୍ଞାତ ସାର ରେ ଚାଲିଛି ବେଆଇନ୍ ନିଶା କାରବାର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ,ତା (୧୬/୦୪) : ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ରେ ବ୍ୟାପକ ବେଆଇନ୍ ରନ୍ଧା ମଦ କାରବାର ସହ ଦେଶୀ, ବିଦେଶୀ ଓ କୁଚିଆ ମଦ ଦୋକାନ ବୃଦ୍ଧି ପାଉଥିବା ଦେଖା ଯାଉଛି । ବେଆଇନ ଭାବେ ଅବକାରୀବିଭାଗ ର ଜ୍ଞାତ ସାର ରେ ସହର ଠୁଁ ନେଇ ବିଭିନ୍ନ ଗ୍ରାମାଞ୍ଚଳ ଗୁଡିକ ରେ ଏହି ମଦ ବିକ୍ରି କୁଟିର ଶିଳ୍ପ ରେ ପରିଣତ ହୋଇଛି ।

ଅବକାରୀବିଭାଗ ର ଜ୍ଞାତ ସାର ରେ ଖୋଲା, ଖୋଲି ବେଆଇନ୍ ଚାଲାଣ ସହ ଦିନ, ରାତି ଅବାଧ ରେ ମଦ, ଗଞ୍ଜେଇ, ନିଶା କଫସିରପ ଆଦି ବିକ୍ରୀ ଚାଲିଥିବା ବେଳେ ଅବକାରୀ କାର୍ଯ୍ୟାଳୟ ବନ୍ଦ ରହୁଛି । ଏହି ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଅବକାରୀ ବିଭାଗ ରେ ସର୍ବଦା ତାଲା ଝୁଲୁଥିବା ବେଳେ ମନଇଚ୍ଛା କିଛି କର୍ମଚାରି ନାମକୁ ମାତ୍ର ଆସି ଚାଲିଯିବା ଦେଖାଯାଉଛି । ଏହି ଅବକାରୀ ଥାନା ଅଞ୍ଚଳ ରେ ସାମାନ୍ୟ ପେଟ୍ରୋଲିଂ ଅବା ବିଭାଗ ତରଫରୁ ଚଢାଉ କରା ନ ଯିବା ଦ୍ୱାରା ମାତ୍ରାଧିକ ଭାବେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଏପରିକି କଲେଜ ଛାତ୍ର,ଛାତ୍ରୀ ଏସ୍କପ ନାମ୍ନୀ ନିଶା କଫ ସିରପ ରେ ଅଭ୍ୟସ୍ତ ହେବା ଦେଖାଯାଉଛି । ଏ ନେଇ ବିଭାଗୀୟ ମୁଖ୍ୟ ଅଧିକାରୀ ତୁରନ୍ତ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହେଉଛି ।

Popular Articles