Thursday, March 28, 2024

Top 5 This Week

Related Posts

ପ୍ରସୂତି ମହିଳା ଙ୍କ ପିନ୍ଧା ଗହଣା ବିକ୍ରୀ କରି ଦେବାକୁ ପଡ଼ୁଛି ଲାଞ୍ଚ, ଦାୟୀ କିଏ ?

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୫/୦୪) : ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ରେ ବ୍ୟାପକ ଅର୍ଥ ଆଦାୟ କରିବା ବାରମ୍ୱାର ଅଭିଯୋଗ ହୋଇ ଆସୁଛି ।

ଏହି ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ପଦ, ପଦବୀ ଗୁଡିକ ଖାଲି ପଡ଼ିଥିବା ବେଳେ ଏହି ସରକାରୀ ଡାକ୍ତଖାନା ଉପରେ ପଡୋଶୀ କଳାହାଣ୍ଡି ଜିଲ୍ଲା ତଥା ଦୁର, ଦୁରାନ୍ତ ର ଜନ ସାଧାରଣ ନିର୍ଭର କରିଥାନ୍ତି । ବିଶେଷ କରି ଗର୍ଭବତୀ ମାଆ ଓ ଶିଶୁ ମୃତ୍ୟୁ ହାର ହ୍ରାସ ନିମନ୍ତେ ସରକାର ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ କରିଥିବା ସତ୍ତ୍ୱେ ସଫଳ ରୂପାୟନ ହୋଇ ପାରୁନାହିଁ । ପ୍ରକାଶ ଯେ, ଡ଼ାକ୍ତରଖାନା ରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଥିବାବେଳେ କାର୍ଯ୍ୟରତ ଆଶା ଓ ପ୍ରସୂତି ବିଭାଗ ରେ କାର୍ଯ୍ୟରତ କିଛି କର୍ମଚାରୀ ଅଞ୍ଚଳ ର ଗରିବ, ନିରକ୍ଷର ସଧାରଣ ଲୋକଙ୍କ ନିକଟରୁ ଅର୍ଥ ଆଦାୟ କରିବା ଭଳି ଅଭିଯୋଗ ସତ୍ତ୍ୱେ ଏହି କାରବାର ବୃଦ୍ଧି ପାଉଛି । ସରକାରୀ ନିୟମାନୁଯାୟୀ ଗର୍ଭବତୀ ମହିଳା ଙ୍କୁ ସମ୍ପୂର୍ଣ୍ଣ ମାଗଣା ରେ ସୁରକ୍ଷିତ ଭାବେ ଡ଼ାକ୍ତରଖାନା ପହଞ୍ଚାଇବା ସହ ସବୁ ପ୍ରକାର ସହାୟତା ଉକ୍ତ ଆଶା ଯୋଗାଇ ଦେବା ନିମନ୍ତେ ନିଯୁକ୍ତ ଅଛନ୍ତି । ହେଲେ ଆଖ,ପାଖ ଅଞ୍ଚଳରୁ ପ୍ରସୂତି ମହିଳା ଙ୍କୁ ସରକାରୀ ଡାକ୍ତରଖାନା ପହଞ୍ଚାଇବା ନିମନ୍ତେ ନିଯୁକ୍ତ ଅଛନ୍ତି ହେଲେ ମହିଳା ଙ୍କ ପରିବାର ଲୋକ ଙ୍କୁ ନାନା ପ୍ରକାର ଆଳ ଦେଖାଇ ହଜାର, ହଜାର ଟଙ୍କା ଲେଖାଏଁ ଆଦାୟ କରିବା ଘଟଣା ନଜର କୁ ଆସିଛି ।

ଇତି ମଧ୍ୟରେ ବନ୍ଧୂପଲା ଓ ଲେଞ୍ଝା ଗ୍ରାମର ଦୁଇ ଆଶା କର୍ମୀ ଓ ପ୍ରସୂତି ବିଭାଗ କର୍ମଚାରୀ ମିଶି ଦୁଇ ହଜାର ଟଙ୍କା ଓ ଉକ୍ତ ଦ୍ୱୟ ଆଶା ଚିକିତ୍ସାଳୟ ସ୍ଥିତ ପ୍ରସୂତି ଗୃହ ରୁ ପ୍ରସୂତି ମହିଳା ଙ୍କ ସୁନା ଗହଣା ଖୋଲି ଆଣି ତାଙ୍କ ଆତ୍ମୀୟ ଲୋକଙ୍କୁ ଦେଇ ତୁରନ୍ତ ତିନି ହଜାର ଟଙ୍କା ଦେଲେ ମାଆ ଓ ଶିଶୁ ବଞ୍ଚିଯିବେ ନଚେତ ବଲାଙ୍ଗୀର ଯିବ କହି ଭୟଭୀତ କରି ଟଙ୍କା ନେଇଯାଇଥିଲେ । ସେହିପରି ଚିମନଭାଡ଼ି ଗ୍ରାମ ର ଜଣେ ପ୍ରସୂତି ମହିଳାଙ୍କ ସମ୍ପର୍କୀୟ ପିନ୍ଧା ସୁନା କାନଫୁଲ ଅର୍ଥ ଅଭାବରୁ ଅନୁରୂପ ଭାବେ ବିକ୍ରୀ କରି ଟଙ୍କା ଦାବି ମୁତାବକ ଦେଇଥିଲେ । ଯାହାକି ଟିଟିଲାଗଡ ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ସତ୍ତ୍ୱେ କୌଣସି ଆଖି ଦୃଷୀୟା କାର୍ଯ୍ୟାନୁଷ୍ଠାନ ଗ୍ରହଣ ବର୍ତ୍ତମାନ୍ ସୁଦ୍ଧା କରଯାଇନି । ଏହି ଜିଲ୍ଲା ର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଜଣେ ମାତ୍ର ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡ଼ାକ୍ଟର ବଳରାମ ସାହୁ ଗୋଟିଏ ଦିନରେ ପାଞ୍ଚ ରୁ ସାତ ଗୋଟି ଅସ୍ତ୍ରୋପଚାର ସହ ୨୮ ଗୋଟି ଅଲଟ୍ରାସାଉଣ୍ଡ ସମ୍ପୂର୍ଣ ମାଗଣା ରେ କରିଥିବା ବାସ୍ତବିକ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ନିଯମିତ ଏଭଳି ଏହି ଚିକିତ୍ସାଳୟ ରେ ଅର୍ଥ କାରବାର ବନ୍ଦ ନେଇ ଉଭୟ ଡାକ୍ତର ତଥା ଚିକିତ୍ସାଳୟ ମୁଖ୍ୟ ଅଧିକାରୀ ଡ଼ାଃ ପ୍ରଦିପ ନାଏକ ଜରୁରୀ ବୈଠକ ଓ ତାଗିଦ୍ ସତ୍ତ୍ବେ ଏହା ଆଉ ଅଧିକ ବୃଦ୍ଧି ପାଉଛି । ହେଲେ ଉକ୍ତ କର୍ମଚାରୀ ଅର୍ଥ ଆଦାୟ କରିବା ବନ୍ଦ କରୁନାହାନ୍ତି । ସରକାରୀ ଭାବେ ଆଶା ଗୃହ ଥିବା ସତ୍ବେ ଅସ୍ତ୍ରୋପଚାର କକ୍ଷ,ତଥା ପ୍ରସବ ଗୃହ ରେ ରୋଗୀ ନିକଟକୁ ଯିବା ପାଇଁ ଜିଦ୍ କରିବା ତଥା ନାନା ଆଳରେ ପ୍ରସୂତି ମହିଳା ଙ୍କ ନିକଟ କୁ ଯିବାକୁ ଜିଦ ରେ ରହିବା ଦେଖା ଯାଉଛି। ଏହି ଆଶା କର୍ମୀ ଓ କର୍ମଚାରୀ ମିଶି ରୋଗୀ ଙ୍କ ସମ୍ପର୍କୀୟ ଙ୍କୁ ଦାବି ଅନୁଯାୟୀ ଟଙ୍କା ଆଦାୟ କରିବା ରେ ଅସୁବିଧା ଯୋଗୁଁ ତାଙ୍କୁ ପ୍ରବେଶ ନିଷେଧ ନିୟମ କାର୍ଯ୍ୟକାରୀ ରହିଛି। ଏହା ଯୋଗୁଁ ଏହି ବେଆଇନ୍ କାର୍ଯ୍ୟ ନିୟନ୍ତ୍ରଣାଧୀନ ରହିଛି । ସେହିପରି ହେଉଥିବା ଆଲଟ୍ରା ସାଉଣ୍ଡ ପରିକ୍ଷା ପାଇଁ ଜଣ ପିଛା ୨୦୦ ରୁ ୫୦୦ ଟଙ୍କା ଆଦାୟ କରାଯାଉଛି ବୋଲି ଲିଖିତ ଅଭିଯୋଗ ହୋଇଛି ।

ଅପର ପକ୍ଷେ ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟ ଚିକିତ୍ସାଧିକାରୀ ଦାୟିତ୍ୱ ରେ ଥିବା ଡ଼ାଃ ପ୍ରଦିପ ନାୟକ ଏ ନେଇ ନିଜ ପ୍ରତିକ୍ରିୟା ରେ ଲକ୍ଷ,ଲକ୍ଷ କୋଟି,କୋଟି ଟଙ୍କା ର ଦୁର୍ନୀତି ହେଉଛି , ତମେ ସେଟା ଦେଖ ବୋଲି କହି ମୁଁହ ଲୁଚେଇ ଚାଲିଯାଇଥିଲେ । ଅପର ପକ୍ଷରେ ରେ ଆଶାକର୍ମୀ ଘାରୋଇ ନର୍ସିଂ ହୋମ ଗୁଡିକୁ ତଥା ବାହାରେ ଅଲଟ୍ରାସାଉଣ୍ଡ ମାନ କରେଇ ଅର୍ଥ ଶୋଷଣ କରୁଥିବା ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ନେଇ ଟିଟିଲାଗଡ ଜନଜାଗରଣ ସଭାପତି ଶ୍ରୀକାନ୍ତ ସାହୁ ଦାବି କରିଛନ୍ତି ।

Popular Articles