Friday, March 29, 2024

Top 5 This Week

Related Posts

ଅବହେଳିତ ଅବସ୍ଥାରେ ସୋନପୁର ର ଶଶୀସେଣା ମନ୍ଦିର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର,(୧୫/୦୪) : ଅବହେଳିତ ଅବସ୍ଥାରେ ସୋନପୁର ର ଶଶୀସେଣା ମନ୍ଦିର । ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁର ସହରରେ ରହିଛି ଶଶୀସେଣା ମନ୍ଦିର

ଏହାର କାରୁକାର୍ଯ୍ୟ ଆଗ୍ରା ତାଜମହଲ ଭଳି ହୋଇ ନପାରେ । ତେବେ ମନ୍ଦିର ପଛରେ ଲୁଚି ରହିଥବା ଇତିହାସ ତାଜମହଲ ନିର୍ମାଣ କାହାଣୀଠୁ କୌଣସି ଗୁଣରେ କମ ନୁହେଁ । ସୋନପୁର ଘୋଡାଘାଟପଡ଼ା କଚେରୀ ସମ୍ମୁଖ ରେ ଅବସ୍ଥିତ ଶଶୀସେଣା ମନ୍ଦିର ହେଉଛି ସୋନପୁରର ତନ୍ତ୍ର ସାଧନାର ମୁକ ସାଖୀ । ନିଜ ପ୍ରେମିକ ଅହିମାଣିକ୍ୟ ଙ୍କୁ ପାଇବା ପାଇଁ ରାଜକନ୍ୟା ଶଶୀସେଣାଙ୍କ ତ୍ୟାଗର ସତୀତ୍ୱ ବହନ କରିବା ସହ ଜ୍ଞାନଦେଈ ମାଲୁଣୀଙ୍କ ତନ୍ତ୍ର ସାଧାନାସମ୍ପର୍କରେ ମଧ୍ୟ ଏହି ମନ୍ଦିର ସୂଚିତ କରିଥାଏ । ମନ୍ଦିରରେ କୌଣସି ଦିଅଁ ପୂଜା ପାଉନାହାନ୍ତି ସତ କିନ୍ତୁ ଐତିହାସିକ, ତାନ୍ତ୍ରିକ ଏବଂ ସାଂସୃତିକ ଦୃଷ୍ଟି କୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ । ମନ୍ଦିର ଭିତରକୁ ଯିବା ପାଇଁ କୌଣସି ରାସ୍ତା ନାହିଁ ତେଣୁ ଏହାକୁ ନିମୁହିଁ ମନ୍ଦିର ମଧ୍ୟ କୁହାଯାଏ । ସୋନପୁରର ଏକ ପ୍ରମୁଖ ସ୍ଥାନ ରେ ଶଶୀସେଣା ମନ୍ଦିର ଥଲେ ମଧ୍ୟ ଏହା ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ମନ୍ଦିରକୁ ଘେରି ରହିଛି ଅସଂଖ୍ୟପ୍ଲାଷ୍ଟିକ କେବୁଲ ।

ଏହା ଯୋଗୁଁ ଉପରୁମନ୍ଦିର ଆଡକୁ ଅନେଇଲେ ଭାରି ଅସୁନ୍ଦର ଦେଖା ଯାଉଛି । ପ୍ଲାଷ୍ଟିକ ତାରରେ ବନ୍ଧା ପଡ଼ିଛି ମନ୍ଦିର ର ଚର୍ତୁପାର୍ଶ୍ୱ । ଏହି ମନ୍ଦିର କୁ ପ୍ରେମର ସନ୍ତକ ବୋଲି ଲୋକେ କହୁଛନ୍ତି । ଖୋଦ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ମନ୍ଦିର ଥରେମଧ୍ୟ ଅଫିସକୁ ଯାତାୟତ କଲାବେଳେ କିଭଳି ଏହି ମନ୍ଦିର ପ୍ରତି କାହାରି ଦୃଷ୍ଟି ପଡୁନାହିବୋଲି ଜନ ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି । ମନ୍ଦିରରେ ରଙ୍ଗ ବୋଳି ନ ପାରିଲେ ନାହିଁ ନିଜ ଅଫିସ ସମ୍ମୁଖରେ ଥବାରୁ ଅନ୍ତତଃ ପକ୍ଷେ ଥରୁଟିଏ ମନ୍ଦିର ପରିସରକୁ ପରିସ୍କାର ପରିଚ୍ଛନ୍ନ କରି ପାରନ୍ତେ ।

ଏହି ମନ୍ଦିରରେ ପର୍ଯ୍ୟଟକ ମାନଙ୍କୁଆକୃଷ୍ଟ କରିବା ପାଇଁ ସମସ୍ତ ଉପାଦାନ ଭରି ରହିଥଲେ ମଧ୍ୟ ଏହି ମନ୍ଦିରର ଉନ୍ନତିକରଣ ପାଇଁ ଦୃଷ୍ଟି ଦିଆଯାଉ ନାହି । ମନ୍ଦିର ର ବିଭିନ୍ନ ସ୍ଥାନରେ ରଙ୍ଗ ଛାଡି ଗଲାଣି । କାନ୍ଥ ରେ ଶିଉଳି ଲାଗି କଳା କଳା ହୋଇ ଗଲାଣି । ମନ୍ଦିର ପରିସର ଶୁଖଲା ପତ୍ରରେ ଭର୍ତ୍ତି । ତେବେ ପ୍ରଶାସନ ତୁରନ୍ତ ଏଦିଗ ରେ ଦୃଷ୍ଟିଦେଇ ରାକ୍ଷଣା ବେକ୍ଷଣ ସହ ଶଶୀସେଣା ମନ୍ଦିରର ପରିସରରେ ବଗିଚା ସୃଷ୍ଟି କରି ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଦାବି ହେଉଛି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବେ ବୋଲି ଆଶା ।

Popular Articles