ବିନିକାରେ ଜେଏମଏଫସି କୋଟ ନୂତନ କୋଠାଘରର ଭିତ୍ତିପ୍ରସ୍ତର ସ୍ଥାପନ

0
149
ବିନିକାରେ ଜେଏମଏଫସି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୪) : ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଜେଏମଏଫସି କୋର୍ଟ ନୂତନ କୋଠାଘରର ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର ହାଇକୋଟ ବିଚାରପତି ତଥା ବିଲ୍ଡିଂ କମିଟି ଚେୟାରମେନ ଜଷ୍ଟିସ ବି.ଆର.ଷଡ଼ଙ୍ଗୀ ଏବଂ ମାନ୍ୟବର ହାଇକୋର୍ଟ ବିଚାରପତି ତଥା ଏଡମିନିଷ୍ଟ୍ରେଟିଭ ଜର୍ଜ ଅଫ ସୋନପୁର ଜର୍ଜସିପ ଜଷ୍ଟିସ ବି.ପି.ରାଉତରାୟଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି ।WhatsApp Image 2023 04 15 at 09.44.27 1 ବିନିକାରେ ଜେଏମଏଫସି କୋଟ ନୂତନ କୋଠାଘରର ଭିତ୍ତିପ୍ରସ୍ତର ସ୍ଥାପନ

ବିନିକାରେ ଜେଏମଏଫସି କୋର୍ଟ ନୂତନ କୋଠାଘରର ଭିତ୍ତିପ୍ରସ୍ତର ସ୍ଥାପନଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଜର୍ଜ ରଶ୍ମିମୋହନ ଆଚାର୍ଯ୍ୟ, ପରିବାର ଅଦାଲତ ଜର୍ଜ ପ୍ରଜ୍ଞା ପାଣିଗ୍ରାହୀ, ବିନିକା ଜେଏମଏଫସି ରେଶ୍ମାଧର ବିଶୋଇ, ଡୁଙ୍ଗୁରିପାଲି ଜେଏମଏଫସି ସୁଦେସ୍ନା ପଟ୍ଟନାୟକ, ସୁବର୍ଣ୍ଣପୁର ଭାରପ୍ରାପ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଓଡ଼ିଶା ହାଇକୋଟ ରେଜିଷ୍ଟର ତଥା ଏସଆଇଏସଟିସି ସୁଚରିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବିନିକା ଓକିଲ ସଂଘ ସଭାପତି ସୁଧାଂଶୁ ଶେଖର ଦାଶ, ସମ୍ପାଦକ ହରିବଂଶ ମେହେରଙ୍କ ନେତୃତ୍ୱରେ ଓକିଲ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ତରଫରୁ ମାନ୍ୟବର ହାଇକୋଟ ବିଚାରପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରକାଶ ଯୋଗ୍ୟ ଯେ ବର୍ତ୍ତମାନ ବିନିକା ଜେଏମଏଫସି କୋଟ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରରେ ଅସ୍ଥାୟୀ ଭାବରେ କାର୍ଯ୍ୟକ୍ଷମ କରୁଅଛି । ବିନିକା-ରାମପୁର ମୁଖ୍ୟ ରାସ୍ତାର ବିନିକା ଅଗ୍ନିଶମ ବିଭାଗ ନିକଟରେ ୩ ଏକର ୮୦୦ ଡିସିମିଲ ଏରିଆରେ ୭କୋଟି ୨୫ଲକ୍ଷ ୨୫ହଜାର ଟଙ୍କା ବ୍ୟୟରେ ନୂତନ ଜେଏମଏଫସି କୋଠାଘର ନିର୍ମାଣ ହେବ ବୋଲି ଜଣାପଡିଛି ।