ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

0
138
ନବବର୍ଷ ଓ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୪/୦୪) : ଓଡିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ।

ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି କାମନା କଲେ ପ୍ରଧାନମନ୍ତ୍ରୀ । ସେହିପରି ଓଡିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ର ଶୁଭେଚ୍ଛା ଜଣାଇବା ସହ ଓଡିଶାବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ରାଷ୍ଟ୍ରପତି । ପବିତ୍ର ପଣା ସଂକ୍ରାନ୍ତି ଓଡ଼ିଶାର ପୁରପଲ୍ଲୀରେ ହର୍ଷୋଲ୍ଲାସରେ ପାଳିତ ହେଉଅଛି । ଏ ଅବସରରେ ପଣାପାଣିର ଆସର ସାଙ୍ଗକୁ ବିଭିନ୍ନ ସାରସ୍ୱତ ସଭାସମିତି ମଧ୍ୟ ଆୟୋଜିତ ହେଉଅଛି । ଏହି ଓଡ଼ିଆ ନବବର୍ଷ ଉପଲକ୍ଷେ ଓଡ଼ିଶାର ପ୍ରିୟ ଭାଇଭଉଣୀ ମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି ଏବଂ ସୁଖସମୃଦ୍ଧି କାମନା କରୁଛି ବୋଲି ଟ୍ୱିଟ୍ କରି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ପବିତ୍ର ପଣା ସଂକ୍ରାନ୍ତି ଓଡ଼ିଶାର ପୁରପଲ୍ଲୀରେ ହର୍ଷୋଲ୍ଲାସରେ ପାଳିତ ହେଉଅଛି । ଏ ଅବସରରେ ପଣାପାଣିର ଆସର ସାଙ୍ଗକୁ ବିଭିନ୍ନ ସାରସ୍ୱତ ସଭାସମିତି ମଧ୍ୟ ଆୟୋଜିତ ହେଉଅଛି । ଏହି ଓଡ଼ିଆ ନବବର୍ଷ ଉପଲକ୍ଷେ ଓଡ଼ିଶାର ପ୍ରିୟ ଭାଇଭଉଣୀ ମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି ଏବଂ ସୁଖସମୃଦ୍ଧି କାମନା କରୁଅଛି । ପରମ୍ପରା ଅନୁଯାୟୀ ପୂରପଲ୍ଲୀରେ ପାଳିତ ହେଉଛି ପଣା ସଂକ୍ରାନ୍ତି । ପଣାଭୋଗ ସାଙ୍ଗକୁ ମନ୍ଦିରରେ ଦେବଦର୍ଶନ ସାରି ପଣା ପିଇବେ ପ୍ରତ୍ୟେକଟି ଓଡ଼ିଆ । ସେଥିପାଇଁ ତ ବଡ଼ଠାକୁରଙ୍କ ପାଖରେ ଆଜି ସକାଳୁ ସକାଳୁ ଗହଳି । ତୁଳସୀ ଚଉରା ଉପରେ କଳସୀ ଟାଙ୍ଗି ବୃନ୍ଦାବତୀଙ୍କୁ ଆରାଧନାର ପରମ୍ପରା ବି ନା କେବଳ ଆଧ୍ୟାତ୍ମିକତାବାଦର ସୂଚନା ଦିଏ । ବରଂ ବିଜ୍ଞାନସମ୍ମତ ହେବାର ବି ପ୍ରମାଣ ଥୁଏ ।

ଆଜି ମଧ୍ୟ ମହାବୀର ହନୁମାନ ଜୟନ୍ତୀ । ସେଥିପାଇଁ ବଜରଙ୍ଗବାଲୀଙ୍କ ମନ୍ଦିରରେ ଆୟୋଜିତ ହେଉଛି ସ୍ୱତନ୍ତ୍ର ହୋମଯଜ୍ଞ । ଏହି ଅବସରରେ ପୁରୀର ବିଭିନ୍ନ ଜାଗା ଆଖଡ଼ାରେ କୁସ୍ତି, କସରତ ସାଙ୍ଗକୁ ଆକର୍ଷଣୀୟ ସମରକଳାର ଝଲକ ବି ଦେଖିବାକୁ ମିଳିବ । ଅଢ଼େଇ ହଜାର ବର୍ଷ ସଂସ୍କୃତିର ଅସ୍ମିତା ଆମ ଉତ୍କର୍ଷ । ପୂଜାପାଠ, ହୋମଯଜ୍ଞ, ଛତୁଆ ସାଙ୍ଗକୁ ପଣାର ମହକ । କେଉଁଠି କୁସ୍ତି ଆଉ କେଉଁଠି ବନାଟି । ନିଜର ଅସ୍ମିତା, ପରିଚିତିର ନିଦର୍ଶନ ସ୍ୱରୂପ ଓଡ଼ିଆ ନବବର୍ଷକୁ ଆଜି ମନଖୋଲି ମନାଉଛି ସାରା ରାଜ୍ୟ। ମହାବିଷୁବ ସଂକ୍ରାନ୍ତି ଅବସରରେ ଝାମୁଯାତ୍ରା, ଦଣ୍ଡଯାତ୍ରା ଓ ମେରୁଯାତ୍ରା ବି ସମ୍ପନ୍ନ ହେଉଛି ।