ବୁଦାମୂଳରୁ ଉଦ୍ଧାର ହେ‌ଲା ନବଜାତ ଶିଶୁକନ୍ୟା

0
219
ବୁଦାମୂଳରୁ

ରିର୍ପୋଟର : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୩/୪) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଶିକରପାଇ ଅଞ୍ଚଳରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଗଛ ବୁଦାମୂଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି ।

ତେବେ ଶିଶୁକନ୍ୟାକୁ ସେଠାରେ କିଏ ଓ କାହିଁକି ଛାଡ଼ିଚାଲିଯାଇଛି, ତାହା ଏ ଯାଏଁ ଜଣାପଡ଼ିନାହିଁ । ସୂଚନା ଅନୁଯାୟୀ, ଶିକରପାଇ ଝଡ଼ିଆ ସାହି ନିକଟରେ ଥିବା ବନ୍ଧ ପାଖରେ ଶିଶୁକନ୍ୟାର କାନ୍ଦ ଶୁଣି ସ୍ଥାନୀୟ ଅଞ୍ଚଳର ମହିଳାମାନେ ପ୍ରଥମେ ନବଜାତ ଶିଶୁକନ୍ୟାକୁ ଦେଖିବାକୁ ପାଇଥିଲେ । ଏହି ଘଟଣାକୁ ନେଇ ସ୍ଥାନିୟ ପୁଲିସକୁ ସୂଚନା ଦେବା ପରେ ଆଇଆଇସି ମୁକୁନ୍ଦଦେବ ନାୟକ ଘଟଣା ସ୍ଥଳରେ ପହଞ୍ଚି ଶିଶୁକୁ ବୁଦାମୂଳରୁ ଉଦ୍ଧାର କଲାପରେ ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ସତ୍ୟଜିତ ବେହେରା ଏବଂ ନର୍ସ ପ୍ରମିଳା କାଡ୍ରାକା ନବଜାତ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଓ ଶିଶୁଟିର ସ୍ୱାସ୍ଥ୍ୟ ଠିକ୍ ଥିବା ଜଣାଇଥିଲେ । ଶିଶୁକନ୍ୟାର ଓଜନ ୨ କିଲୋଗ୍ରାମ୍ ରହିଥିବା କହିଥିଲେ । ଏଇ ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା କଲ୍ୟାଣସିଂହପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।