ଛେଳି ଓ କୁକୁଡ଼ା ଚାଷ କରି ସ୍ୱାବଲମ୍ବୀ ହେଲେ ମହିଳା ଏସ ଏଚ ଜି ଗୋଷ୍ଠୀ

0
123
ଛେଳି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୨/୪) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ଇରିପିପୁଟ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଛେଳି ଓ ବ୍ରୟଲର କୁକୁଡ଼ା ଛୁଆ ପାଳନ କରି ନିଜେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ରୋଜଗାରକ୍ଷମ ସ୍ୱାବଲମୀ ହୋଇପାରିଛନ୍ତି ।

୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାର ତରଫରୁ ପ୍ରତ୍ୟେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନିଜେ ନିଜେ ଘରେ ବସି ନ ରହି ବିଭିନ୍ନ କାର୍ଯ୍ୟ କରି ସ୍ୱାବଲମ୍ବୀ ହୋବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଇରିପିପୁଟ ଗ୍ରାମର ୭ଟି ଆଦିମାତା, ଗୌରୀ, ମା ସିତାଲାମା, ଉମାଦେବୀ, ଗୁପ୍ତେଶ୍ଵର, ତୁଳସୀ, ମା ମାଝୀଗୌରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ୩ଟି ଆଦିମାତା, ଗୌରୀ, ମା ସିତାଲାମା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଥିବା ଯୋଗୁଁ ଦୁଇଟି ଗ୍ରୁପ କୁ ୩୦ଟି ମାଈ ଛେଳି ଓ ୨ଟି ବୋଦା ମୋଟ ୩୨ଟି ଛେଳି ଯୋଗାଇ ଦେଇଛନ୍ତି । ଏହି ଛେଳି ପାଳନ ପାଇଁ ୨ ଲକ୍ଷ ୩୦ ହଜାର ଟଙ୍କା ରହିଥିବା ବେଳେ ସରକାରୀ ସହାୟତା ୧ ଲକ୍ଷ ୧୫ ହଜାର ଟଙ୍କା ରହିଛି ।

ସେହିପରି ଡିପ୍ ଲିଟର ପ୍ରଣାଳୀରେ ୧୦୦୦ ଟି ବ୍ରୟଲର କୁକୁଡ଼ା ପାଳନ ପାଇଁ ମା ସିତାଲାମା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ଦେଇଛନ୍ତି । ଏହାର ମୋଟ ଅଟକଳ ମୂଲ୍ୟ ୩ ଲକ୍ଷ ୬୦ ହଜାର ଟଙ୍କା ରହିଥିବା ବେଳେ ସରକାରୀ ଅନୁଦାନ ୧ ଲକ୍ଷ ୪୪ ହଜାର ଟଙ୍କା ରହିଛି । ଏହି ୩ଟି ଗୋଷ୍ଠି କୁକୁଡ଼ା ଓ ଛେଳି ପାଳନ କରିବା ସହ ନିଜେ ମଧ୍ୟ ଛତୁ ଚାଷ କରି ନିଜେ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହା ବ୍ୟତିତ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରିଥିବା ଗୃପ ମହିଳା ମାନେ କହିଛନ୍ତି । ଏହି ମାନଙ୍କୁ ବ୍ଲକ ପଶୁ ଚିକିତ୍ସକ ଡାକ୍ତର ଚିନ୍ମୟ କୁମାର ସାହୁ, ଓଡିଶା ଶକ୍ତି ମିଶନ ର ବ୍ଲକ ପ୍ରୋଜେକେଟ ସଂଯୋଜକ ପ୍ରିୟଙ୍କା ପ୍ରିୟଦର୍ଶନୀ ପରିଦର୍ଶନ କରିଛନ୍ତି ।