Friday, March 29, 2024

Top 5 This Week

Related Posts

କାର ସହ ଜଳିଗଲା ୬ ବାଇକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୦୪) : ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ନରେନ୍ଦ୍ର ସାହୁଙ୍କ ଗ୍ୟାରେଜରେ ନିଆଁଲାଗି ଜଳିଯାଇଛି ଗୋଟିଏ ଇନୋଭା କାର ସହ ୬ଟି ବାଇକ୍WhatsApp Image 2023 04 12 at 10.35.21 କାର ସହ ଜଳିଗଲା ୬ ବାଇକ

ଘଟଣାରୁ ପ୍ରକାଶ ଯେ, ସହର ମଧ୍ୟ ଭାଗରେ ଥିବା ଦୈନିକ ବଜାର (ଡେଲି ମାର୍କେଟ୍‌ରେ) ନରେନ୍ଦ୍ର ସାହୁଙ୍କ ନିଜସ୍ୱ ଘର  ଗ୍ୟାରେଜ ରେ ରଖା ହୋଇଥିବା କାର ସହ ବାଇକ ଗୁଡ଼ିକରେ ଅଚାନକ ନିଆଁ ଲାଗି ଜଳିଯାଇଛି । ବିଳମ୍ବିତ ରାତ୍ରିରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ନିଆଁ ଲାଗିଥିବାର ଦେଖି ଗାଡ଼ି ମାଲିକ ଓ ଦମକଳ ବହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡର କାରଣ ସ୍ୱଷ୍ଟ ଭାବେ ଜଣାପଡୁନାହିଁ । ଏ ନେଇ ନରେନ୍ଦ୍ର ସାହୁଙ୍କ ଅଭିଯୋଗ କ୍ରମେ ବିନିକା ପୁଲିସ ଘଟଣା ସମ୍ପର୍କରେ ଏକ ମକଦ୍ଦମା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

Popular Articles