Thursday, March 28, 2024

Top 5 This Week

Related Posts

ସରସ୍ୱତୀଶିଶୁ ବିଦ୍ୟା ମନ୍ଦିର ରେ ରଜତ ଜୟନ୍ତୀ ସମାରୋପ ଉତ୍ସବ ପାଳିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୨/୪) : ଆଜି ସରସ୍ୱତୀଶିଶୁ ବିଦ୍ୟା ମନ୍ଦିର ଗୁଣପୁରରେ ରଜତ ଜୟନ୍ତୀ ସମାରୋପ ଉତ୍ସବ ପାଳିତ ହୋଇଯାଇଛି ।

ସ୍ଥାନୀୟ ଗ୍ରାମଦେବୀ ମନ୍ଦିରରୁ ପ୍ରଥମେ କଳସ ଓ ମଶାଲ ଶୋଭାଯାତ୍ରା ବାହାରିଥିଲା ଓ ପବିତ୍ର ଗାୟତ୍ରୀ ଯଜ୍ଞର ଆୟୋଜନ କରାଯାଇଥିଲା । ଆସନ୍ତା ତା୧୨/୪/୨୩ରିଖ ପର୍ଯ୍ୟନ୍ତ ୨ ଦିନ ଧରି ଉକ୍ତ କାର୍ଯ୍ୟକ୍ରମ ଚାଲୁ ରହିବ । ଉକ୍ତ ଉତ୍ସବର ପ୍ରଥମ ଦିବସର ୨ୟ ପର୍ଯ୍ୟାୟରେ ନୂତନଭାବେ ନିର୍ମାଣ ହୋଇଥିବା ବିଜ୍ଞାନଗରର ଶୁଭ ଉଦଘାଟନ ମାନ୍ୟବର ଗୁଣପୁର ବିଧାୟକଙ୍କ ଦ୍ୱାରା ହୋଇଥିଲା । ଅନୁଷ୍ଠାନ ର ମାତୃଭାରତୀ ଅଭିଭାବିକା ମାନଙ୍କ ଦ୍ଵାରା ସ୍ୱାଗତ ସଂଗୀତ ପରିବେଷଣ ପୂର୍ବକ ମୁଖ୍ୟ ଅତିଥି ଭାବେ ମାନ୍ୟବର ଆଦିବାସୀ କଲ୍ୟାଣ ଓ ଆଇନ୍ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଶିଶୁଙ୍କ ଶୈକ୍ଷିକ କ୍ଷେତ୍ରରେ ସରସ୍ୱତୀଶିଶୁ ବିଦ୍ୟା ମନ୍ଦିରର ଭୂମିକା ବିଷୟରେ ମାର୍ଗ ଦର୍ଶନ କରିଥିଲେ ସ୍ଥାନୀୟ ଅଞ୍ଚଳର ଜଣେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ପୂର୍ବତନ ଛାତ୍ର ଶ୍ରୀ ମାନ୍ ମିହିର ପଟ୍ଟନାୟକ ବ୍ୟକ୍ତିଗତ ଗୀତ ଗାନ ଓ ଆଚାର୍ଯ୍ୟ । ଶ୍ରୀ ମତୀ ରେଣୁକା ପାତ୍ର ବେଦ ପାଠ କରିଥିଲେ ।

ଅନୁଷ୍ଠାନର ସଭାପତି ଶ୍ରୀ ବାସବା ଗଜପତି ରାଓ ଅଧ୍ୟକ୍ଷତା ଓ ଆଶୀର୍ବଚନ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ । ସମ୍ପାଦକ ଶ୍ରୀ ସୋମନାଥ ଗୌଡ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥିଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାସ ଓ ମାନ୍ୟବର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ (ଗୁଣପୁର ନିର୍ବାଚନ ମଣ୍ଡଳୀ) ଯୋଗଦେଇ ଥିଲେ । କାର୍ଯ୍ୟ କାରିଣୀ ସଦସ୍ୟ, ବିଦ୍ୟାଭାରତୀ, ପୂର୍ବ କ୍ଷେତ୍ରର ଡ. ବିନାୟକ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିଶୁଙ୍କ ମାନସିକ ଓ ଶାରୀରିକ କ୍ଷେତ୍ରରେ ଶିକ୍ଷାର ଭୂମିକା ବିଷୟରେ ମାର୍ଗ ଦର୍ଶନ କରିଥିଲେ । ଆଚାର୍ଯ୍ୟ। ଶ୍ରୀ ମତୀ ସଂଯୁକ୍ତା ନାୟକ ସଂଯୋଜନା କରିଥିଲେ । ଅନୁଷ୍ଠାନର ଆରମ୍ଭ ରୁ ଅଦ୍ୟାବଧି ୧୦ମ ଶ୍ରେଣୀରେ ୯୦ ଶତକଡ଼ା ରୁ ଅଧିକ ପ୍ରାପ୍ତାଙ୍କ ରଖିଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ସେହିପରି ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଓ ଆଚାର୍ଯ୍ୟ /ଆଚାର୍ଯ୍ୟ। ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଯୁଗ୍ମ ସମ୍ପାଦକ ଶ୍ରୀ ମୋହନ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଉତ୍ସବର ଶେଷ ଭାଗରେ ଶିଶୁ ମାନଙ୍କ ଦ୍ଵାରା ନୃତ୍ୟ ବିଚିତ୍ରା ଓ ପଥପ୍ରାନ୍ତ ନାଟକ “ଆଜିର ଆଜିର ଆହ୍ୱାନ ପ୍ରଦର୍ଶନ ହୋଇଥିଲା ।

Popular Articles