ସ୍କୁଲ ଭ୍ୟାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଛାତ୍ରୀ

0
74
ସ୍କୁଲ ଭ୍ୟାନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୧୧/୦୪) : ପାରାଦୀପରୁ ଯାଉଥିବା ଆଦର୍ଶ ବିଦ୍ୟାଳୟର ସ୍କୁଲ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ।

ସ୍କୁଲ ଭ୍ୟାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଛାତ୍ରୀ । ଆଜି ସକାଳ ୬ଟା ସମୟରେ ପାରାଦୀପରୁ ବାହାରି ଅଗପାଳରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟକୁ ଯାଉଥିବା ସ୍କୁଲର ଏକ ମ୍ୟାଜିକ ଭ୍ୟାନ୍ ଗାଡି ସନ୍ତରା ଗଡା ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଖସି ପଡିଥିଲା । ଫଳରେ ଗାଡିରେ ବସିଥିବା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ଆହତ ହୋଇଥିଲେ । ଘଟଣାର କୌଣସି ସୂତ୍ରରୁ ଖବର ପାଇ ଦେବଦୂତ ସଡକ ସୁରକ୍ଷା ବାହିନୀର ସଭାପତି ପଙ୍କଜ ତାରାଇ ଓ ଅଗ୍ନଶମ ବାହିନୀର ସଦସ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀ ମାନଙ୍କ ସହଯୋଗରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲରେ କିଛି ଛାତ୍ରଛାତ୍ରୀଙ୍କୁ ଓ ଆଉ କିଛି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିବା ସୂଚନା ମିଳିଛି । ମେଡିକାଲ ହାଜିରୋଡ ରାସ୍ତାରେ ଭାରି ଯାନ ଯୋଗୁଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଉକ୍ତ ରାସ୍ତାରେ ସ୍କୁଲ ସମୟରେ ଏଭଳି ଭାରି ଯାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି ।