ଚନ୍ଦଳି ବିଟ ହାଉସରେ ରହୁନାହାନ୍ତି ଫରେଷ୍ଟ ଗାର୍ଡ

0
78
ଚନ୍ଦଳି

ରିପୋର୍ଟ : ସନ୍ତୋଷ କୁମାର ସାହୁ
ସୁବର୍ଣ୍ଣପୁର,(୧୧/୦୪) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବନାଞ୍ଚଳ ଅଧିନସ୍ଥ ସୁବଳୟା ରେଞ୍ଜ ଅନ୍ତର୍ଗତ ଚନ୍ଦଳି ସଂରକ୍ଷିତ ଜଙ୍ଗଲରେ ଥିବା ଫରେଷ୍ଟ ବିଟ ହାଉସରେ ଫରେଷ୍ଟ ଗାର୍ଡ ରହୁନଥିବା ଦେଖିବାକୁ ମିଳିଛି ।

ଉକ୍ତ ସଂରକ୍ଷିତ ଜଙ୍ଗଲର ସୁରକ୍ଷା ତଥା ବନ୍ୟଜନ୍ତୁ ଶିକାର ଉପରେ ସୁରକ୍ଷା ପାଇଁ ଫରେଷ୍ଟ ଗାର୍ଡ ନିଯୁକ୍ତି ସହ ରହିବା ପାଇଁ ସରକାରଙ୍କ ରାଜସ୍ୱରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ବାସ ଗୃହ ନିର୍ମାଣ କରାଯାଇଛି । ହେଲେ ଏଠାରେ ନିର୍ମାଣ ଦିନ ଠାରୁ ଦିନ ଟିଏବି କୌଣସି କର୍ମଚାରୀ ରହିନାହାନ୍ତି । ଏହି ଗୃହଟି ୨୦୧୨ ମସିହାରେ ନିର୍ମାଣ ହୋଇଥିଲେ ମଧ୍ୟ ପ୍ରତ୍ୟେକ ବର୍ଷ ଘର ମରାମତି ନାଁ ରେ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରାଯାଉଛି । ଏଠାରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ରହୁନଥିବା ସୁଯୋଗ ନେଇ କାଠ ମାଫିଆ ମାନେ ଦିନ ଦ୍ଵିପ୍ରହରରେ ମୂଲ୍ୟବାନ ଗଛ କାଟି ନେଉଥିବା ଅଭିଯୋଗ ହେଉଛି । ଏବଂ ସନ୍ଧ୍ୟା ହେଲେ ଶିକାରୀ ମାନେ ନିରିହ ବନ୍ୟଜନ୍ତୁଙ୍କୁ ଶିକାର ଉଦ୍ଦେଶ୍ୟରେ ଚନ୍ଦଳି ପାହାଡ଼ରେ ରହୁଥିବା ଜଣାଯାଇଛି । ଏ ନେଇ ଫରେଷ୍ଟ ଗାର୍ଡ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯିବାରୁ ମୋବାଇଲ ସୁଇଜଅପ ରହିଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ । ଜିଲ୍ଲା ପ୍ରଶାସନ ଓ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନେବାକୁ ଜନସାଧାରଣ ଦାବି ହେଉଛି ।