ମଧ୍ୟାହ୍ନ ଭୋଜନ ରେ ବ୍ୟାପକ ଅନିୟମିତତା, ତିନି ଜଣିଆ ତଦନ୍ତ କମିଟି ର ସବିଶେଷ ତଦନ୍ତ

0
107
ମଧ୍ୟାହ୍ନ ଭୋଜନ ରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ବେଲପଡା, (୧୦/୦୪) : ମଧ୍ୟାହ୍ନ ଭୋଜନ ରେ ବ୍ୟାପକ ଅନିୟମିତତା । ସରକାର ଶିକ୍ଷା କୁ ଗୁରୁତ୍ଵ ଦେଇ ବିଭିନ୍ନ ପ୍ରକାର ଯୋଜନା ମାନ ପ୍ରଣୟନ କରିଛନ୍ତି । ବିଶେଷ କରି ବିଭିନ୍ନ ଉପାନ୍ତ ଅଞ୍ଚଳ ଗୁଡିକ ରେ କେହି ଶିକ୍ଷା ଲାଭ ରୁ ବଞ୍ଚିତ ନ ହୁଅନ୍ତୁ ବୋଲି ତଥା ଶିକ୍ଷା ପ୍ରତି ଆସକ୍ତି ସୃଷ୍ଟି ନିମନ୍ତେ ସ୍ଵତନ୍ତ୍ର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ରହିଛି ।WhatsApp Image 2023 04 10 at 15.12.32 ମଧ୍ୟାହ୍ନ ଭୋଜନ ରେ ବ୍ୟାପକ ଅନିୟମିତତା, ତିନି ଜଣିଆ ତଦନ୍ତ କମିଟି ର ସବିଶେଷ ତଦନ୍ତ

ପ୍ରକାଶ ଯେ,ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ଏହି ମଧ୍ୟାହ୍ନ ଭୋଜନ ନେଇ କାଗଜ, କଲମ ରେ ଦୀର୍ଘ, ବର୍ଷ ଧରି ଅର୍ଥ ହଡ଼ପ ହୋଇ ଆସୁଥିବା ଘଟଣା ନଜର କୁ ଆସିଛି । ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଥାନା ଅନ୍ତର୍ଗତ ଖର୍ଖରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅହେତୁକ ଉପସ୍ଥାନ ବୃଦ୍ଧି ସହ ଶ୍ରେଣୀ କୋଠରୀ ର ଅଭାବ ଥାଇ ଅନାବଶ୍ୟକ ସ୍ଥଳେ ବିପୁଳ ପରିମାଣ ର ମଧ୍ୟାହ୍ନଭୋଜନ ଚାଉଳ ଅନୁପଯୁକ୍ତ ରକ୍ଷଣ ବ୍ୟବସ୍ଥାରେ ଖତ ଖାଉଛି,ହେଲେ ଏ ନେଇ ବିଭାଗୀୟ ଅଧିକାରୀ ଅବା ଅନ୍ୟ କାହାର ଦୃଷ୍ଟି ନାହିଁ । ପ୍ରତିଦିନ ଛାତ୍ର, ଛାତ୍ରୀ ଙ୍କ ଉପସ୍ଥାନ ଜାଲିଆତି କରିବା ନେଇ ତଥା ଶିକ୍ଷାଦାନ ସଠିକ୍ ଭାବେ କେତେକ ଶିକ୍ଷକ ନ କରିବା ନେଇ ଗ୍ରାମ୍ୟ ସ୍କୁଲ କମିଟି ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ଏହି ମଧ୍ୟାହ୍ନ ଭୋଜନ ରେ ଜାଲିଆତି ମାମଲାର ବିରୋଧ କରି ଅଭିଯୋଗ କରିବା ପରେ ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଏକ ତିନି ଜଣିଆ ପ୍ରତିନିଧି ଦଳ ଆସି ତଦନ୍ତ କରି ଯାଇଥିଲେ ।

ଏ ନେଇ ଦଳଗତ ଏବିଓ ଙ୍କ ପରିଦର୍ଶନ ଓ ତତ୍ତ୍ୱାବଧାନରେ ଚାଲିଛି ବିଦ୍ୟାଳୟ ପରିଚାଳନା ବ୍ୟବସ୍ଥା । ଏହି ବିଦ୍ୟାଳୟ ରେ, ଅମାନୁଷିକ ନିୟମ ବହିର୍ଭୁତ କଠୋର ଦଣ୍ଡ ବିଧାନ ପ୍ରଣିଧାନ ଥିବା ଭଳି କାର୍ଯ୍ୟ କରିଥିବା କର୍ମଚାରୀ ଙ୍କୁ ଏସ ଏମ ସି ଓ ଗ୍ରାମ ସରପଞ୍ଚ ଙ୍କ ଉପସ୍ଥିତି କ୍ରମେ ପ୍ରମାଣ ପାଇ ସୁଦ୍ଧା ବିଭାଗୀୟ ଅଧିକାରୀ ତଦନ୍ତ କରି ନୀରବ ରହିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ବିଭାଗୀୟ ମୁଖ୍ୟ ଅଧିକାରୀ ବିଦ୍ୟାଳୟ କିପରି ସୁପରିଚାଳନା ହୋଇ ପାରିବ ଓ ଶିକ୍ଷା ବ୍ୟବସ୍ଥା ସଠିକ୍ ହେବ ସେ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହେଉଛି ।