Friday, March 29, 2024

Top 5 This Week

Related Posts

ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୯/୦୪) : ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଵାସ୍ଥ୍ୟ ସେବା କୁ ପ୍ରାଥମିକତା ଦେବା ସହ କିପରି ସବୁ ଶ୍ରେଣୀର ସଧାରଣ ଲୋକେ ଚିକିତ୍ସା ପାଇ ପାରିବେ ଏ ନେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ।WhatsApp Image 2023 04 10 at 13.24.32 ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

ସେହିପରି ଟିଟିଲାଗଡ ସହରାଞ୍ଚଳ ସ୍ଥିତ ଗୁଜୁରାତି ସ୍କୁଲ ପରିସର ରେ ଏକ ନୂତନ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଉଦଘାଟନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାର ସାଂସଦ ଶ୍ରୀମତି ସଂଗୀତା ସିଂ ଦେଓ, ଟିଟିଲାଗଡ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବି ଜୈନ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦିପ କୁମାର ଗୁରୁ, ଟିଟିଲାଗଡ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀ, ଏବଂ ରାଜସ୍ଥାନୀ ହେଲଥ ଫାଉଣ୍ଡେସନର ଚେୟାରମେନ ଶ୍ରୀ ଜଗଦୀଶ ପ୍ରସାଦ ଶର୍ମା ଉପସ୍ଥିତ ଥିଲେ । ଆନୁଷ୍ଠାନିକ ଭାବେ ଫିତା କାଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସଭା ଆରମ୍ଭ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଶ୍ରୀମତି ଟୁକୁନି ସାହୁ ଏହି ସ୍ଵାସ୍ଥ୍ୟ କେନ୍ଦ୍ର ଯୋଗୁଁ ଲୋକେ ଚିକିତ୍ସିତ ହୋଇପାରିବେ ବୋଲି କହିବା ସହ ଟିଟିଲାଗଡ଼ ରେ କେନ୍ଦ୍ରୀୟ ବିଦ୍ୟାଳୟ ଅତି ଜରୁରୀ ବୋଲି ସାଂସଦ ଙ୍କ ପାଖରେ ଦାବି ଜଣାଇବା ସହ ରାଜସ୍ଥାନୀ ହେଲଥ ଫାଉଣ୍ଡେସନ ଟିମ କୁ ଧନ୍ୟବାଦ ଜଣାଇ କେନ୍ଦ୍ର ର ଆୟୁଷମାନ ଭାରତ ଯୋଜନା କୁ ଓଡିଶା ରାଜ୍ୟ ରେ କାର୍ଯ୍ୟକାରୀ କରେଇବା ପାଇଁ ମତ ପ୍ରକାଶ କରିଥିଲେ । ମମତା ଜୈନ ଟିଟିଲାଗଡ଼ ରେ ଡାକ୍ତରଙ୍କ ଘୋର ଅଭାବ ରହି ଥିବାର କଥା କହି ଏହି ଆରୋଗ୍ୟ କେନ୍ଦ୍ର ରୋଗୀଙ୍କ ପାଇଁ ବହୁ ଉପଯୋଗୀ ହେବ ବୋଲି କହିଥିଲେ । ଫାଉଣ୍ଡେସନ ର ଶ୍ରୀ ଶର୍ମା କହିଥିଲେ ଯେ ଉକ୍ତ କେନ୍ଦ୍ର ରେ ସବୁ ପ୍ରକାର ରୋଗୀ ସେବା ସମ୍ପୂର୍ଣ ମାଗଣା ରହିବ ଓ ସମୟ-ସମୟ ରେ ବଡ଼-ବଡ଼ ହସ୍ପିଟାଲ ର ବିଶେଷଜ୍ଞ ଡାକ୍ତରଙ୍କ ଟିମ ଏଠାରେ ମେଗା କେମ୍ପ ମଧ୍ୟ କରିବ । ଏହି ଅବସର ରେ ଉପଖଣ୍ଡ ମୁଖ୍ୟ ଚିକିତ୍ସଧିକାରୀ ଡ଼ାଃ ପ୍ରଦିପ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ଦୀପ, ଡିପିଏମ ଆଦିଙ୍କୁ ତାଙ୍କ ସହଯୋଗ ପାଇଁ ଫାଉଣ୍ଡେସନ ତରଫରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।

Popular Articles