Advertisements
Monday, July 6, 2020
Home District News ଅପହରଣର ୧୫ଦିନ ପରେ ଉଦ୍ଧାର ହେଲେ ସ୍ୱାମୀ, କନେଷ୍ଟବଳ ରାମ ପ୍ରସାଦ ଓ ପ୍ରାଇଭେଟ୍ ଡ୍ରାଇଭର...

ଅପହରଣର ୧୫ଦିନ ପରେ ଉଦ୍ଧାର ହେଲେ ସ୍ୱାମୀ, କନେଷ୍ଟବଳ ରାମ ପ୍ରସାଦ ଓ ପ୍ରାଇଭେଟ୍ ଡ୍ରାଇଭର ମହେଶ ନାୟକ ସମେତ ୫ ଗିରଫ

ରିପୋର୍ଟ: ଅମୁଲ୍ୟ ନିସଙ୍କ //
ରାୟଗଡ (୦୪/୦୪): ପୋଲିସ ଥିଲେ ଆମେ ସୁରକ୍ଷିତ ବୋଲି ଭାବିଥାଉ । ହେଲେ କିଛି ଏମିତି ପୋଲିସ କର୍ମଚାରୀଙ୍କ ପାଇଁ ସୁରକ୍ଷା ଯୋଗାଉଥିବା ପୋଲିସ ବିଭାଗ ଉପରେ ଲାଗିଯାଉଛି କଳଙ୍କ । ରାୟଗଡ ଜିଲ୍ଳାରେ ପୁଣି ଖାକିରେ ଲାଗିଛି ଦାଗ ।

ଅର୍ଥ କାରବାର ବିବାଦକୁ ନେଇ ଏକ ଅପହରଣ ଘଟଣାରେ ଜଣେ ପୋଲିସ କନେଷ୍ଟବଳଙ୍କର ସଂପୃକ୍ତି ପୋଲିସ ଉପରେ ଥିବା ବିଶ୍ୱାସକୁ ମଳୀନ କରିଦେଉଛି । ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଳା କାଶିପୁର ବ୍ଳକ ଅଣ୍ଡିରାକଂଚ ଥାନାର ଏକ ଅପହରଣ ମାମଲାରେ । ଘଟଣାର ଫର୍ଦ୍ଦାଫାଶ କରି ୫ଜଣଙ୍କୁ ଗିରଫ କରିଛି ଅଣ୍ଡିରାକଂଚ ପୋଲିସ । ଗିରଫ ଅପହରଣକାରୀ ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜିଲ୍ଳାର ଛାଟବନ୍ଧୁଗୁଡା ଗ୍ରାମର ଶଙ୍କର ନାୟକ(୩୨), ରାୟଗଡ ଜିଲ୍ଳା କାଶିପୁର ବ୍ଳକ ଡଙ୍ଗାଶେଷଖାଲ ଗ୍ରାମର କବିଶ ମାଝି (୩୨), ମନୋଜ କୁମାର ନାୟକ (୨୮)ଙ୍କ ସମେତ ଦୋରାଗୁଡା ଥାନାରେ କାର୍ଯ୍ୟରତ କନେଷ୍ଟବଳ ରାମପ୍ରସାଦ ନାୟକ(୩୮) ଓ ଥାନାରେ ପ୍ରାଇଭେଟ୍ ଡ୍ରାଇଭର ଭାବେ ନିୟୋଜିତ ହୋଇଥିବା ମହେଶ ନାୟକ(୨୮) ବୋଲି ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡାକ୍ତର ଶର୍ବଣା ବିବେକ ଏମ.ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ।

ଏହି ପ୍ରେସ ବିବୃତିରେ ଦିଆଯାଇଥିବା ସୂଚନା ପ୍ରକାରେ ଗତ ବୁଧବାର ୧ଏପ୍ରିଲରେ ଅଣ୍ଡିରାକଂଚ ଥାନା ଅନ୍ତର୍ଗତ ଝରିଗାଁ ଗ୍ରାମର ପରଶୁରାମ ଝୋଡିଆଙ୍କ ସ୍ତ୍ରୀ ନିଜ ସ୍ୱାମୀ ପର୍ଶୁରାମ ଗତ ମାର୍ଚ୍ଚ ୧୯ତାରିଖରୁ ଅପହରଣ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଏବଂ ତାଙ୍କୁ ତାଙ୍କ ଜଣେ ବନ୍ଧୁଙ୍କ ସମେତ ୯ଜଣ ଅପହରଣକାରୀମାନେ ରାୟଗଡ ସହରରୁ ଅପହରଣ କରି କଳାହାଣ୍ଡି ଜିଲ୍ଳାର ଥୁଆମୂଲ ରାମପୁର ଥାନା ଅର୍ନ୍ତଗତ ବିଭିନ୍ନ ଅଂଚଳରେ ଲୁଚାଇ ରଖିଥିବା ନେଇ ସେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଡା.ଶର୍ବଣା ବିବେକ ଏମ.ଙ୍କ ନିର୍ଦ୍ଦେଶ କ୍ରମେ ଥାନାର କେସ ନମ୍ବର ୨୯/୨/୪/୨୦ରେ ମାମଲା ରୁଜୁ କରାଯାଇ ଥାନା ଅଧିକାରୀ ତପନ କୁମାର ମହାଲିକଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରାଯାଇ ଅପହରଣ ହୋଇଥିବା ପର୍ଶୁରାମ ଝୋଡିଆଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣାରେ ସଂପୃକ୍ତ ୯ଜଣଙ୍କ ମଧ୍ୟରୁ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଫେରାର ହୋଇଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସ.ପି.ଶ୍ରୀ ଶର୍ବଣା ବିବେକ ସୂଚନା ଦେଇଛନ୍ତି ଏବଂ ଏହା ଅର୍ଥ କାରବାରକୁ ନେଇ ଘଟଣା ହୋଇଛି ବୋଲି କହିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: