Friday, March 29, 2024

Top 5 This Week

Related Posts

ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୦/୪) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦ ଦ୍ଭାବନା ଗୃହ ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି ।WhatsApp Image 2023 04 11 at 07.32.03 ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ ଏହି ବର୍ଷ ୨୦୨୩ ର ଦ୍ୱିତୀୟ ଅଭିଯୋଗ ଶୁଣାଣି ରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, (ପିଏ ଆଇ ଟି ଡି ଏ) ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଦିଲ୍ଲୀପ ବେହେରା, ସିଡିଏମ ଲାଲମୋହନ ରାଉତରାୟ, ଉପ ଜିଲ୍ଲାପାଳ ଭୀମସେନ ଶବର (ଏସ ପି) ଜିଲ୍ଲା ଆରକ୍ଷୀ ଅଧିକାରୀ ବିବେକାନନ୍ଦ ଶର୍ମା ମଞ୍ଚାସୀନ ରହିଥିଲେ । ଏଥିରେ ମୋଟ ୧୯ ଟି ଅଭିଯୋଗ ଶୁଣାଣି ହୋଇଥିଲା । ସେଥିରୁ ୧୫ ଟି ବ୍ୟକ୍ତି ଗତ ସମସ୍ୟା ଓ ୪ଟି ଗୋଷ୍ଠୀ ଭିତ୍ତିକ ସମସ୍ୟା ରହିଛି । ଏଥିରେ ଜମି କିଣା ବିକା, ଜମିରେ କୂଅ ଖନନ, ବିଦ୍ୟୁତ, ନୂତନ ଡ୍ୟାମ, ଆଦର୍ଶ ବିଦ୍ୟାଳୟରେ ଜଇନିଂ ଓ ଆଇ ଏ ୱାଇ ଯୋଜନାରେ ବୋଲି ବ୍ୟକ୍ତିଗତ ଦେଇଥିବା ବେଳେ ଗୋଷ୍ଠୀ ଭିର୍ତ୍ତିକ ରେ ପୂଜାରିଗୁଡା କସ୍ତୁରିବା ଗାନ୍ଧୀ ବିଦ୍ୟାଳୟ ପରିଚାଳନା କରିବା ପାଇଁ ଦୁଇଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଦୁଇଟି ଗାଁ’ରେ ପାଣି ସମସ୍ୟା ବିଷୟରେ ଲିଖିତ ଦେଇଥିଲେ । ଏଥିରେ ସ୍ଥାନୀୟ ବିଡ଼ିଓ ଡକ୍ଟର ସୁନୀଲ କୁମାର ଖରା,, ତହସିଲଦାର ସୁଧାକର ରଇତ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

Popular Articles