Advertisements
Monday, July 6, 2020
Home Corona Lockdown ୮ ସନ୍ଧିଗ୍ଧଙ୍କ ସ୍ୱାବ ସଂଗ୍ରହ ଓ ଗସ୍ତ ସୂଚୀକୁ ନେଇ ଚାଲିଛି ଖୋଳତାଡ଼, ଉଦ୍ଧାର ଦାଦନଙ୍କ...

୮ ସନ୍ଧିଗ୍ଧଙ୍କ ସ୍ୱାବ ସଂଗ୍ରହ ଓ ଗସ୍ତ ସୂଚୀକୁ ନେଇ ଚାଲିଛି ଖୋଳତାଡ଼, ଉଦ୍ଧାର ଦାଦନଙ୍କ ଖାଦ୍ୟପେୟର ପରିସ୍ଥିତି ବୁଲି ଦେଖିଲେ ଜ଼ିଲ୍ଲାପାଳ

ରିପୋର୍ଟ: ଅମୁଲ୍ୟ ନିସଙ୍କ //
ରାୟଗଡା (୦୪/୦୪): ତାଲା ବନ୍ଦର ଠିକ ଦିନକ ପୂର୍ବରୁ ଏହିପରି ୮ ସନ୍ଦିଗ୍ଧ ମାନେ କଟକ ରୁ ଆସି ରାୟଗଡାରେ ପହଂଚିଥିଲେ | କେଉଁ କାରଣ ପାଇଁ ସେମାନେ ରାୟଗଡା ଆସିଥିଲେ ତାହାର ପୁରାପୁରି ଖୋଳତାଡ଼ କରିବା ସହିତ ସମସ୍ତ ୮ ଜଣଙ୍କ ସ୍ୱାବ ସଂଗ୍ରହ କରିବା ସହ ସେମାନଙ୍କ ଗସ୍ତ ସୁଚିକୁ ବାହାର କରିବା ପାଇଁ ଲାଗି ପଡିଛି ଜ଼ିଲ୍ଲା ପୋଲିସ |

ଦୁଇ ଦିନ ପୂର୍ବେ ଏକ ଧାର୍ମିକ ଅନୁଷ୍ଠାନରୁ ଏହି ୮ ଜଣ ସନ୍ଦିଗ୍ଧ ଙ୍କୁ ଉଦ୍ଧାର କରାଯଥିଲା | ସେମାନଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନରେ ସମସ୍ତ ୮ ଜଣ ସଂଦିଗ୍ଧ କୁ କ୍ଵାରେଣ୍ଟଇନରେ ରଖାଯାଇଛି | ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ୮ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଛି କିନ୍ତୁ କଟକ ଭୁବନେଶ୍ୱରରେ ୪୮ ଘଣ୍ଟାର ସଟ ଡାଉନର ଘୋଷଣା ଯୋଗୁଁ ଏହି ସ୍ୱାବକୁ ପରୀକ୍ଷା ନିମନ୍ତେ ରବିବାର ସନ୍ଧ୍ୟା କିମ୍ବା ସୋମବାର ଦିନ ପରୀକ୍ଷା ନିମନ୍ତେ ପଠାଯିବ ବୋଲି ଜ଼ିଲ୍ଲା ମୁଖ୍ୟ ଚିକିଛା ଅଧିକାରୀ ଡାକ୍ତର ଆର୍ତ୍ତବନ୍ଧୁ ନାୟକ କହିଛନ୍ତି | ସେ ପୁଣି କହିଛନ୍ତି ଯେ ଜ଼ିଲ୍ଲା ରୁ ପ୍ରଥମ ପର୍ଯ୍ୟାୟରେ ୭ ଦ୍ୱତୀୟ ପର୍ଯ୍ୟାୟ ରେ ୧୦ ଜଣଙ୍କ ସ୍ୱାବ ପରୀକ୍ଷା ନିମନ୍ତେ ପଠାଯାଇଥିଲା | ଏହି ସମସ୍ତ ୧୭ ଜଣକ ରିପୋର୍ଟ ନେଗେଟିଭ ଆସିଛି କିନ୍ତୁ ତୃତୀୟ ପର୍ଯ୍ୟାୟରେ ପଠାଯାଇଥିବା ୩୨ ଟି ସ୍ୱାବ ନମୁନା ପରୀକ୍ଷା ରିପୋର୍ଟ ଆସିବାର ବାକି ଅଛି | ବର୍ତମାନ ଜ଼ିଲ୍ଲାରେ ୨୨୦୨ ଜଣ ହୋମ କ୍ଵାରେଣ୍ଟଇନରେ ଅଛନ୍ତି |

୧୪ ଦିନରେ ଅବଧି ପରେ ହୋମ କ୍ଵାରେଣ୍ଟଇନ ରୁ ୮୫୯ ଙ୍କ ଅବଧି ଶେଷ ପରେ ସେମାନେ ସୁସ୍ଥ ଥିବା ଦର୍ଶାଇ ଘରକୁ ପଠାଇଦିଆଯାଇଛି | ଦାଦନ ଶ୍ରମିକ ଓ ସନ୍ଦିଗ୍ଧଙ୍କ ଉପରେ ତୀକ୍ଷଣ ନଜର ରଖିବା ପାଇଁ ସରକାର ନିର୍ଦେଶ ନାମା ଜାରି କରିବା ପରେ ଜ଼ିଲ୍ଲା ପ୍ରଶାସନ ଓ ଜ଼ିଲ୍ଲା ପୋଲିସ ଆନ୍ଧ୍ର ଓଡିଶା ସୀମା କୁ ସିଲ କରିଛନ୍ତି କିନ୍ତୁ ଦାଦନ ମାନେ ଅତି ଚତୁରତାର ସହିତ ଜଙ୍ଗଲ କିମ୍ବା ରେଳ ଧାରଣା ଦେଇ ଓଡିଶା ମଧ୍ୟରେ ପ୍ରବେଶ କରୁଛନ୍ତି | ଯାହାକି ଉଭୟ ପୋଲିସ ଓ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି କିନ୍ତୁ ଜ଼ିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ଏସ ପି ଡାକ୍ତର ଶ୍ରବଣ ବିବେକ ଏମ ଙ୍କ ଜ଼ିଲ୍ଲାର ସମସ୍ତ ଅଂଚଳକୁ ଘନ ଘନ ଗସ୍ତ କରି ଦାଦନଙ୍କୁ ଉଦ୍ଧାର କରି ଜ଼ିଲ୍ଲାର ବିଭିନ୍ନ ଆଶ୍ରୟ ସ୍ଥଳୀରେ ରଖିଛନ୍ତି ଓ ଏହି ଆଶ୍ରୟ ସ୍ଥଳୀରେ ଦାଦନ ଓ ବାହାର ରାଜ୍ୟର ରହିଥିବା ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ସେମାନଙ୍କ ଖାଦ୍ୟ ପେୟ ଜ଼ିଲ୍ଲା ପ୍ରଶାସନ ତଦାରଖ କରୁଛି ଏଥିରେ ଜ଼ିଲ୍ଲା ଅଙ୍ଗନବାଡି କର୍ମୀ ଆଶା କର୍ମୀ ସ୍ଥାନୀୟ ସରପଞ୍ଚ ସମସ୍ତେ ସହଯୋଗ କରୁଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: