Friday, March 29, 2024

Top 5 This Week

Related Posts

୩ କ୍ୱିଣ୍ଟାଲ ୨କେଜି ଗଞ୍ଜେଇ ସହ ୫ଜଣ ଙ୍କୁ ଗିରଫ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୧୦/୨୩) : ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ର ମଧୁବନ ଗ୍ରାମ ପଞ୍ଚାୟତ ସୁକୃବାଜୁ ଗ୍ରାମ ନିକଟରୁ ୩ କ୍ୱିଣ୍ଟାଲ ୨କେଜି ଗଞ୍ଜେଇ ସହ ୫ଜଣ ଙ୍କୁ ଗିରଫ କରି କର୍ଟ ଚାଲାଣ କରାଯାଇଛି ।

ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗୁଡ଼ାରୀ ପୋଲିସ୍ କୁ ମିଳିଛି ବଡ଼ ସଫଳତା । ଗୁଡ଼ାରୀ ଥାନା ଅଧିକାରୀ ଶ୍ରୀଯୁକ୍ତ ଦୀନବନ୍ଧୁ ଶବରଙ୍କ ଉପସ୍ଥିତିରେ ଏକ ଟିମ୍ ଗୁଡ଼ାରୀ ବ୍ଲକ୍ ମଧୁବନ ଗ୍ରାମ ପଞ୍ଚାୟତ ସୁକୃବାଜୁ ଗ୍ରାମ ନିକଟରୁ ୩ କ୍ୱିଣ୍ଟାଲ ୨ କେଜି ଗଞ୍ଜେଇ ସହ ୫ ଜଣ ଙ୍କୁ ଗିରଫ କରି ଆଜୀ ସନ୍ଧ୍ୟା ୫. ଘଣ୍ଟା ସମୟରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଜବତ୍ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୩୦ ଲକ୍ଷ୍ୟ ୨୦ ହଜାର ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏହି ଚଢ଼ାଉ ରେ ଜିଲ୍ଲା ର ସ୍ପେଶିଆଲ୍ ସ୍କ୍ୱାଇଡ୍ ଓ ଗୁଡ଼ାରୀ ପୋଲିସ ସାମିଲ ଥିଲେ ।

Popular Articles