Advertisements
Tuesday, July 14, 2020
Home Corona Lockdown ଇଟାଭାଟିରେ କାମ କରୁଥିବା ଶ୍ରମିକଙ୍କୁ ବିଦ୍ୟାଳୟରେ ରଖାଗଲା

ଇଟାଭାଟିରେ କାମ କରୁଥିବା ଶ୍ରମିକଙ୍କୁ ବିଦ୍ୟାଳୟରେ ରଖାଗଲା

ରିପୋର୍ଟ: ଅମୁଲ୍ୟ ନିସଙ୍କ //
ରାୟଗଡା (୦୪/୦୪): ସାରା ଦେଶ କରୋନା ମହାମାରୀ ଯୋଗୁଁ ସ୍ତବ୍ଧ ରହିଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍ ଡାଉନ ଘୋଷଣା କରାଯାଇଛି । ଲକ୍ ଡାଉନ ସମୟରେ ଲୋକଙ୍କୁ ବାହାରକୁ ନ ବାହାରିବା ସହ କୌଣସି ଶ୍ରମିକ ମାନଙ୍କୁ ନେଇ କିଛି କାମ ନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ହେଲେ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର ଭାବେ ଅବମାନନା କରି କୋଲନରା ବ୍ଲକ ଅନ୍ତର୍ଗତ କୈଳାସପୁର ଗ୍ରାମ ପଞ୍ଚାୟତର ସାରାବଗୁଡା ଗ୍ରାମରେ ଲକ୍ ଡାଉନ ସତ୍ତ୍ୱେ ଇଟାଭାଟିରେ କାମ ନେଇ ୩୦ ତାରିଖରେ ଖବର ପ୍ରକାଶିତ ପରେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ,ସରପଞ୍ଚ ଓ ପିଇଓ ପ୍ରମୁଖ ପହଞ୍ଚି ସମସ୍ତ ଶ୍ରମିକ ମାନଙ୍କୁ ଇଟାଭାଟିରୁ ଉଦ୍ଧାର କରିବା ସହ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ସୁରକ୍ଷିତ ଭାବେ ରଖାଯାଇଛି । ସୂଚନା ଥାଉକି ସାରା ଦେଶରେ କରୋନା ମହାମାରୀକୁ ନେଇ ସରକାରଙ୍କ ପକ୍ଷରୁ ଲକ୍ ଡାଉନ ଘୋଷଣା କରାଯାଇଥିବା ବେଳେ ଛତିଶଗଡ ରାଜ୍ୟ ମହାସମୁନ୍ଦ ଜିଲ୍ଲାର କିଛି ଶ୍ରମିକ ମାନେ ଜଣେ ଇଟାଭାଟି ମାଲିକଙ୍କ ଡାକରାରେ ସାରାବଗୁଡା ଗ୍ରାମକୁ ଆସି ଇଟାଭାଟିରେ କାମ କରୁଥିଲେ । ବର୍ତ୍ତମାନ ସାରା ଦେଶରେ କରୋନା ପାଇଁ ଲକ୍ ଡାଉନ ଥିବା ସତ୍ତ୍ୱେ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ଇଟା କାମ ଚାଲିଥିଲା ଏବଂ ସମସ୍ତ ଶ୍ରମିକ ମାନେ ଭଙ୍ଗା ଦଦରା କୁଡିଆରେ ରହୁଥିଲେ ।

ଏ ସମ୍ପର୍କରେ ସମାଜରେ ଖବର ପ୍ରକାଶିତ ହେବା ପରେ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସିଦ୍ଧାର୍ଥ କୁମାର ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ଅଭିରାମ ଉର୍ଲାକା ଓ କୈଳାସପୁର ପିଇଓ ମନରଞ୍ଜନ ପାତ୍ର ପ୍ରମୁଖ ଇଟାଭାଟିରେ ପହଞ୍ଚି ସମସ୍ତ ଶ୍ରମିକ ମାନଙ୍କୁ ସେଠାରୁ ଗ୍ରାମ ନିକଟରେ ଥିବା ବିଦ୍ୟାଳୟକୁ ସ୍ଥାନାନ୍ତର କରିଛନ୍ତି ଏବଂ ୭୫ କିଲୋ ଚାଉଳ, ୫ କିଲୋ ଡାଲି, ୪ କିଲୋ ଆଳୁ, ତେଲ ଓ ପିଆଜ ସହ ଅନ୍ୟାନ୍ୟ ସାମଗ୍ରୀ ୧୫ ଦିନ ପାଇଁ ପ୍ରଦାନ କରିଛନ୍ତି । ୧୫ ତାରିଖ ଭିତରେ ଯଦି ଏହି ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଏ ତାହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଇଟାଭାଟିର ମାଲିକଙ୍କୁ ଦୃଢ଼ ଚେତାବନୀ ଦେଇ ଏକ ଲିଖିତ ପତ୍ର ଗ୍ରହଣ କରିଛନ୍ତି । ଏଥିରେ ସାରାବଗୁଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳିରାଣୀ ସିନ୍ନ, ସହକାରୀ ଶିକ୍ଷକ ଏସ୍. ଚିରଞ୍ଜିବି ଆଚାରି, ଅଙ୍ଗନବାଡି କର୍ମୀ ସୁଲୋଚନା ପାତିକା, ନରସିଂହ କଣ୍ଡାଗରି, ନରେନ୍ଦ୍ର କଣ୍ଡାଗରି ଓ ବିକ୍ରମ ଶବରଙ୍କ ସହ ସାରାବଗୁଡା ଗ୍ରାମବାସୀ ଉପସ୍ଥିତ ରହିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ //ଲୋଇସିଂହା(୧୪/୦୭): ଲୋଇସିଂହା ନିକଟସ୍ଥ କଲ୍ଳିପାଟ ଗ୍ରାମ ର ଶାନ୍ତି ପଧାନ ନାମକ ଜଣେ ଅସହାୟ ମହିଳାଙ୍କ ଛାତ ଖପର ଭାଙ୍ଗି ଯାଇ ପାଣି ଗଲୁଥିବାରୁ...

ଭବାନୀପାଟଣା ରେ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୧୪/୦୭): ଆଜି କଳାହାଣ୍ଡି ଜିଳ୍ଲା ଭବାନୀପାଟଣା ସହରରେ ଜିଲ୍ଲା ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି ।

ଅମାନିଆଙ୍କ ଲାଗି ବଢୁଛି ଚିନ୍ତା, ଚାଉଳ ବଣ୍ଟନ ବେଳେ ରହୁନି ସାମାଜିକ ଦୂରତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା(୧୪/୦୭): ବୈପାରୀଗୁଡାରେ କରୋନା ସଂକ୍ରମଣର ପ୍ରଭାବ ବଢିଚାଲିଛି। ଏଠାରେ ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀ ଲୋକାଲ ପଜିଟିଭ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣକୁ...

ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ମୁକାବିଲା ପାଇଁ ସଚେତନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୧୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ମନେଇଗୁଡା ଗାଁରେ ଅଙ୍ଗନୱାଡ଼ି,ଏ...

Recent Comments

%d bloggers like this: