Thursday, October 1, 2020
Home Corona Lockdown କରୋନା ଲକ-ଡାଉନ, ଜି.ଉଦୟଗିରି ପୋଲିସ ଦିନକୁ ଦିନ କଠୋର ହେବାରେ ଲାଗିଛି

କରୋନା ଲକ-ଡାଉନ, ଜି.ଉଦୟଗିରି ପୋଲିସ ଦିନକୁ ଦିନ କଠୋର ହେବାରେ ଲାଗିଛି

ରିପୋର୍ଟ: ଜଗଦୀଶ ଦାସ //
ଜି.ଉଦୟଗିରି (୦୪/୦୪): କରୋନା ଭୂତାଣୁ କୋଭିଡ- ୧୯ ସାରା ପୃଥିବୀକୁ ଗ୍ରାସ କରିଥିବାବେଳେ ଭାରତରେ ମଧ୍ୟ ଏହା କ୍ରମାଗତ ଭାବେ ବଢିବାରେ ଲାଗିଛି।

ଏଣୁ ଏହାକୁ କଣ୍ଟ୍ରୋଲ କରିବା ସକାଶେ ସରକାର ଲକ୍ ଡାଉନ ଘୋଷଣା କରିବା ସହ କେତେକ ସ୍ଥାନରେ ସଟ୍ ଡାଉନ ମଧ୍ୟ ଘୋଷଣା କରିଛନ୍ତି।ବର୍ତ୍ତମାନ ଜି.ଉଦୟଗିରି ଲକ୍ ଡାଉନ ଥିବାବେଳେ ସକାଳ ୦୭ ଘଣ୍ଟା ରୁ ୧୧ ଘଣ୍ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।କିନ୍ତୁ କିଛି ଅମାନିଆଁ ବଜାର କରିବା ବାହାନାରେ ଆସି ବଜାର ବୁଲି ଗହଳି କରୁଥିବାରୁ ସ୍ଥାନୀୟ ଥାନା ଅଧିକାରୀ ଧିରଜ କୁମାର ଲେଙ୍କା,ଏସଆଇ କୌଶଲ୍ୟା ବେହେରାଙ୍କ ନେତୃତ୍ବରେ ପୋଲିସ ଆଜି ସକାଳୁ ବୁଲି କଡା ଭାଷାରେ ଅମାନିଆଁ ମାନଙ୍କୁ ତାଗିଦ୍ କରିବା ସହ ଆଗକୁ ଅଯଥାରେ ବଜାର ଆସିଲେ କଠୋର ପଦକ୍ଷେପ ନିଆଯିବବୋଲି ସତର୍କ କରାଇ ଦେଇଥିଲେ।ଏଥି ସହ ଘରେ ରହି ନିଜକୁ ସୁସ୍ଥ ରଖି ଅନ୍ୟକୁ ସୁସ୍ଥ ରଖିବାରେ ସହାୟକୁ ହୁଅନ୍ତୁ ବୋଲି ଥାନା ଅଧିକାରୀ ଶ୍ରୀ ଲେଙ୍କା ଲୋକଙ୍କୁ କହୁଥିବାର ଶୁଣାଯାଉଥିଲା।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ସଟ୍ ଡାଉନକୁ ନେଇ ଜନ ଅସନ୍ତୋଷ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୯/୦୯): କରୋନା ମୁକାବିଲା ଆଧାରରେ ମାସ ମାସ ଧରି ଲକ୍ ଡାଉନ ଓ ସଟ୍ ଡାଉନ ଘୋଷଣା ଯୋଗୁଁ ଲୋକଙ୍କ ଆର୍ଥିକ ତଥା ସାମାଜିକ...

ଭେଉଁରିଆ ଗ୍ରାମର ଚାଷୀଙ୍କ ଦ୍ୱାରା ଫସଲ ନଷ୍ଟ ପାଇଁ ଲିଖିତ ଅଭିଯୋଗ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୯/୦୯): କରୋନା ମହାମାରୀ ମଣିଷର ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ପ୍ରଭାବିତ କରିଛି । କୄଷି କ୍ଷେତ୍ରରେ ସରକାରଙ୍କ କଟକଣା କୋହଲ ହେଲାପରେ ଚାଷୀମାନେ ବହୁ...

ଜୀବନୀଜିବିକାକୁ ସୁଦୃଢ଼ କରିବା ଲାଗି “ଉନ୍ନତ” କାର୍ଯ୍ୟକ୍ରମର ଶୁଭାରମ୍ଭ

ରିପୋର୍ଟ: ଗୋପୀନାଥ ଗୌଡ଼ // ରାୟଗଡ/କାଶିପୁର (୨୯/୦୯): ଆଦିତ୍ୟ ବିର୍ଲା ଗ୍ରୁପ କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧର ଅଂଶ ସ୍ୱରୂପ ଭାରତ ରୁରାଲ ଲାଇଭଲିହୁଡ୍ ଫାଉଣ୍ଡେସନ (ବିଆରଏଲ୍‌ଏଫ୍‌)...

ଲାଞ୍ଚ ନେବା ମହଙ୍ଗା ପଡିଲା : ଧରାପଡିଲେ କିରାଣୀ ପ୍ରକାଶ ସାହୁ

ରିପୋର୍ଟ: ଗୋପୀନାଥ ଗୌଡ଼ // ରାୟଗଡା (୨୯/୦୯): ଭିଜିଲାନ୍ସ ଜାଲରେ ଫସିଲେ କିରାଣି ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ । ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ...

Recent Comments

%d bloggers like this: