Thursday, March 28, 2024

Top 5 This Week

Related Posts

ମେଳା ଦେଖିବାକୁ ଭକ୍ତଙ୍କ ଭିଡ, ପୋଲିସ ଫୋର୍ସ ମୁତୟନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୦/୦୪) : ବାଲେଶ୍ୱରରେ ଚାଲିଥିବା ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ମେଳା ରେ ପ୍ରବଳ ଭକ୍ତଙ୍କ ସମାଗମ । ମେଳାପାଇଁ ବ୍ରତଧାରୀଙ୍କ ସଂଖ୍ୟା ପାଖାପାଖି ୩୦ ହଜାରରୁ ଅଧିକ ହୋଇଥିବା ବେଳେ ପ୍ରବଳ ଗହଳି ଦେଖିବାକୁ ମିଳିଛି ।

ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗତକାଲି ମେଳା ର ପଞ୍ଚମ ଅର୍ଘ୍ୟ ଥିଲା । କୌଳିକ ପ୍ରଥା ଓ ପରମ୍ପରା ଅନୁଯାୟୀ ସଂଧ୍ୟାରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ ଏବଂ ଶ୍ରୀ ବେକଡ଼ି ନିରଞ୍ଜନ ଲେଙ୍କାଙ୍କ ସହ ହଜାର ହଜାର ଭକ୍ତ ଦକ୍ଷିଣତେଘରୀ ଗାଁ’ର ଐଶୀ ମଣ୍ଡପକୁ ଯାଇଥିଲେ । ଏବଂ ବେକଡ଼ା ପକାଯାଇଥିଲା । ସେହିପରି ପୀଠରେ ବାବାଙ୍କ ନାମ ସ୍ମରଣ ପୂର୍ବକ ଅର୍ଘ୍ୟ ଦାନ କରାଯାଇଥିଲା । ଏହି ମେଳାକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଆସିଥାନ୍ତି ଭକ୍ତମାନେ । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଛି ।

Popular Articles