Advertisements
Tuesday, July 14, 2020
Home Corona Lockdown କରୋନା ଭୂତାଣୁ ରୂପରେ ଲୋକଙ୍କୁ ସଚେତନ କଲେ ବ୍ରଜ

କରୋନା ଭୂତାଣୁ ରୂପରେ ଲୋକଙ୍କୁ ସଚେତନ କଲେ ବ୍ରଜ

ରିପୋର୍ଟ: ଜଗଦୀଶ ଦାସ //
ଜି.ଉଦୟଗିରି (୦୪/୦୪): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାରୀ ସ୍ତରରେ ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଯାଉଛି।

ଏପରିକି ଜିଲ୍ଲା ସ୍ତରୀୟ ଅଧିକାରୀମାନେ ମଧ୍ୟ ପ୍ରତ୍ୟେକ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି।ଖାଲି ସରକାରୀ ସ୍ତରରେ ନୁହେଁ କିଛି ସମାଜସେବୀ ମଧ୍ୟ ଲୋକଙ୍କୁ ସଚେତନ କରିବାରେ ଲାଗିପଡିଛନ୍ତି।ଆଜି ଯେପରି ଜି.ଉଦୟଗିରିର ସମାଜସେବୀ ବ୍ରଜ ଖୁଣ୍ଟିଆ କରୋନା ଭୂତାଣୁରେ ନିଜକୁ ସୁସଜ୍ଜିତ କରି କିପରି ସଂକ୍ରମଣରୁ ନିଜକୁ ଦୂରେଇ ରଖିପାରିବ ସେ ବିଷୟରେ ଲୋକଙ୍କୁ ଲିଫଲେଟ ବାଣ୍ଟି ସଚେତନ କରୁଥିଲେ।ସଙ୍ଗରୋଧ ଓ,ସାମାଜିକ ଦୂରତ୍ବ ବଜାୟ ରଖିବା,କାମ ନଥିଲେ ଘରୁ ନ ବାହାରିବା,ପ୍ରଶାସନକୁ ସହଯୋଗ କରିବା ଆଦି ବିଷୟରେ ଜି.ଉଦୟଗିରି ବଜାର,ସାହି କୁ ସାହି ବୁଲି ଲୋକଙ୍କୁ ସଚେତନ କରିବା ସହ ସ୍ଥାନିୟ ପୋଲିସର ଉପଦେଶକୁ ମାନିବାକୁ ଅନୁରୋଧ କରିଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ //ଲୋଇସିଂହା(୧୪/୦୭): ଲୋଇସିଂହା ନିକଟସ୍ଥ କଲ୍ଳିପାଟ ଗ୍ରାମ ର ଶାନ୍ତି ପଧାନ ନାମକ ଜଣେ ଅସହାୟ ମହିଳାଙ୍କ ଛାତ ଖପର ଭାଙ୍ଗି ଯାଇ ପାଣି ଗଲୁଥିବାରୁ...

ଭବାନୀପାଟଣା ରେ ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୧୪/୦୭): ଆଜି କଳାହାଣ୍ଡି ଜିଳ୍ଲା ଭବାନୀପାଟଣା ସହରରେ ଜିଲ୍ଲା ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି ।

ଅମାନିଆଙ୍କ ଲାଗି ବଢୁଛି ଚିନ୍ତା, ଚାଉଳ ବଣ୍ଟନ ବେଳେ ରହୁନି ସାମାଜିକ ଦୂରତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା(୧୪/୦୭): ବୈପାରୀଗୁଡାରେ କରୋନା ସଂକ୍ରମଣର ପ୍ରଭାବ ବଢିଚାଲିଛି। ଏଠାରେ ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀ ଲୋକାଲ ପଜିଟିଭ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣକୁ...

ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ମୁକାବିଲା ପାଇଁ ସଚେତନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୧୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ମନେଇଗୁଡା ଗାଁରେ ଅଙ୍ଗନୱାଡ଼ି,ଏ...

Recent Comments

%d bloggers like this: