Friday, March 29, 2024

Top 5 This Week

Related Posts

ପ୍ରଥମ ଦିନ ରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା’

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୦/୦୪) : ଉଠୁଛି ପଡୁଛି ଘଟଗାଁ । ଆରମ୍ଭ ହୋଇଛି ମା’ ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବ । ପ୍ରଥମ ଦିନ ରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା’ ।

ରବିବାର ଠାରୁ ମା’ତାରିଣୀଙ୍କ ୮୭ ତମ ଚଇତି ପର୍ବ ଆରମ୍ଭ ହୋଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ମାହା ଆଡମ୍ବରରେ ପାଳିତ ହେବ ଚଇତି ପର୍ବ । ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସୁଥିବାରୁ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସଙ୍କଟହାରିଣୀ ମା ତାରିଣୀଙ୍କ ଚଇତି ପର୍ବ ଉପଲକ୍ଷେ ଉତ୍ସବମୁଖର ଘଟଗାଁ । କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରିଣୀଙ୍କ ପୀଠରେ ୮୭ ତମ ଚଇତି ପର୍ବ ଧୁମଧାମରେ ପାଳିତ ହେଉଛି । ଧୂପ, ଦୀପ, କର୍ପୂର ବାସ୍ନାରେ ମହକୁଛି ମନ୍ଦିର । ମନ୍ଦାର ଫୁଲ ମା’ଙ୍କର ଅତି ପ୍ରିୟ ହୋଇଥିବାରୁ ଚଇତି ପର୍ବରେ ଭକ୍ତ ମାଆଙ୍କୁ ମନ୍ଦାର ସମର୍ପଣ କରୁଛନ୍ତି । ଶଙ୍ଖ, ହୁଳହୁଳି, ଯୋଡି ନାଗରା ଓ ମହୁରୀ ଶବ୍ଦରେ କମ୍ପୁଛି ମାଆଙ୍କ ବେଢା । ପୀଠରେ ନୀତି ପୂଜା ସହିତ ଭାଗବତ ପାଠ, ଚଣ୍ଡୀ ପାଠ, ହୋମ ଯଜ୍ଞ ଓ ସତ୍ୟ ନାରାୟଣ ପୂଜା ଅନୁଷ୍ଠିତ ହେଉଛି । ରବିବାର ଚଇଚି ପର୍ବର ପ୍ରଥମ ଦିନ ରେ ମା ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

ଚଇତି ପର୍ବରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଘଟଗାଁ’ରେ ପହଞ୍ଚୁଛନ୍ତି । ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ମା ତାରିଣୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯିବା ସହ ପୋଲିସ ଓ ସ୍ୱେଛାସେବୀ ମାନଙ୍କୁ ନିୟୋଜିତ କରାଯାଇଛି । ଚଇତି ପର୍ବରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଶିଳ୍ପୀଙ୍କ କଳା ସହିତ ବିଭିନ୍ନ ଜିଲ୍ଲାର ଲୋକ ନୃତ୍ୟ ପ୍ରଦର୍ଶିତ ହେଉଛି । ପୀଠରେ ପ୍ରତି ଦିନ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଂନ୍ଧ୍ୟାରେ ଆଧ୍ୟତ୍ମିକ ପ୍ରବଚନ ଓ ବାଦି ପାଲା ଅନୁଷ୍ଠିତ ହେଉଛି । ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ ହୋଇଛି ।

Popular Articles