ଟ୍ରେନ ଧକ୍କା ରେ ବିକଳାଙ୍ଗ ଯୁବକ ର ମୃତ୍ୟୁ

0
557
ଟ୍ରେନ ଧକ୍କା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୦/୪) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ସଦର ର ଗ୍ରାମର ଏସ ଧର୍ମା ରାଓ ଙ୍କ ଏକ ମାତ୍ର ପୁଅ ଏସ ଈଶ୍ଵର ରାଓ (୪୨) ଙ୍କୁ ମାଁ ମଝିଗୌରୀ ମନ୍ଦିର ନିକଟରେ ଟ୍ରେନ ଧକ୍କା ଦେବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି ।WhatsApp Image 2023 04 10 at 07.20.04 ଟ୍ରେନ ଧକ୍କା ରେ ବିକଳାଙ୍ଗ ଯୁବକ ର ମୃତ୍ୟୁ

ଟ୍ରେନ ଧକ୍କା ରେ ବିକଳାଙ୍ଗ ଯୁବକ ର ମୃତ୍ୟୁ । ସୂଚନା ଅନୁଯାୟୀ ଈଶ୍ୱର ତାଙ୍କ ପରିବାର ସହ କିଛି ଦିନ ହେବ ବିବାହ କରିବା ପାଇଁ ପରିବାର ଲୋକ ଙ୍କ ସହ ଯୁକ୍ତି ତର୍କ କରିଥିଲେ । ସେ ବିକଳାଙ୍ଗ ହୋଇ ଥିବାରୁ କୌଣସି ଝିଅ ପସନ୍ଦ କରି ନ ଥିଲେ । ତାଙ୍କ ପରିବାର ଲୋକେ ବହୁତ ଚେଷ୍ଟା କରିଥିଲେ ବିବାହ କରିବା ପାଇଁ କିନ୍ତୁ କେହି ଝିଅ ଦେବାକୁ ରାଜି ହୋଇ ନଥିଲେ । ସବୁ ଦିନ ପରି ଗତ କାଲି ମଧ୍ୟ ଈଶ୍ୱର ଘରେ ପରିବାର ଲୋକଙ୍କୁ ଯୁକ୍ତି ତର୍କ କରି କହିଥିଲେ ମୋତେ ବିବାହ କରୁନ ମୁଁ ଜୁଆଡେ ଇଚ୍ଛା ଚାଲି ଯିବି ବୋଲି ଘରେ କହି ରାୟଗଡା ଚାଲି ଯାଇଥିଲେ । ସକାଳ ୧୦ ଘଣ୍ଟା ସମୟ ରେ ରାୟଗଡା ରୁ କେହି ଅଜଣା ଯୁବକ ମଝିଗୌରୀ ମନ୍ଦିର ନିକଟରେ ମୃତ୍ୟୁ ହୋଇଛି ବୋଲି ଖବର ଶୁଣିବା ପରେ ସନ୍ଦେହ ରେ ଧାର୍ମା ରାଓ ରାୟଗଡା ଦେଖିବାକୁ ଯାଇଥିଲେ ।ସେଠାରେ ଦେଖିବା ବେଳକୁ ଈଶ୍ୱର ବୋଲି ଜଣାଇବା ପରେ ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର କୁ ହସ୍ତାନ୍ତର କରିଥିଲେ । ବର୍ତ୍ତମାନ ମୃତ୍ୟୁ କାରଣ ପୁଲିସ ତଦନ୍ତ କରୁଥିବା ସୂଚନା ମିଳିଛି ।