Thursday, March 28, 2024

Top 5 This Week

Related Posts

ଶୂନ୍ୟ ସଡକ ଦୁର୍ଘଟଣା ସଂପର୍କୀତ ସଚେତନତା କାର୍ଯ୍ୟକ୍ରମ ବଣିକ ସଂଘ ରାଇକିଆ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୦/୦୪) : ଶୂନ୍ୟ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସପ୍ତାହ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଣିକ ସଂଘ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

ଗାଡି ଚଳାଇବା ସମୟରେ ହେଲମେଟ ବ୍ୟବହାର, ମଦ୍ୟପାନ କରି ଗାଡି ନ ଚଳାଇବା , ଟ୍ରାଫିକ ନିୟମ ମାନିବା, ୧୮ ବର୍ଷରୁ କମ ବୟସର ପିଲାଙ୍କୁ ଗାଡି ଚଳେଇବାକୁ ନଦେବା, ଦ୍ରୁତ ଗତିରେ ଗାଡି ନଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନକରିବା ନିମନ୍ତେ ଜନସାଧାରଣଙ୍କୁ ଲିଫଲେଟ ଏବଂ ଚକୋଲେଟ ବଣ୍ଟନ କରି ସଚେତନତା କରାଯାଇଥିଲା । ଶୂନ୍ୟ ସଡକ ଦୁର୍ଘଟଣା ସଂପର୍କୀତ ସଚେତନତା କାର୍ଯ୍ୟକ୍ରମରେ ରାଇକିଆ ବଣିକ ସଂଘ ସଭାପତି ପଦ୍ମ ଚରଣ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପସଭାପତି ପିକୁଲୁ ସାବତ, ତିରୁପତି ଶୁବୁଦ୍ଧି, ସମ୍ପାଦକ ଦୁର୍ଯ୍ୟଧନ ଲେଙ୍କା, ସଂଗଠନ ସମ୍ପାଦକ ରଞ୍ଜନ ବେହେରା, ଓମ ପ୍ରକାଶ ବେହେରା,ବିକ୍ରମଆଦିତ୍ୟ ପାଳ, ଗଙ୍ଗା ପଣ୍ଡା, ଗୋବିନ୍ଦ ପାତ୍ର , ଦୂତି ପଣ୍ଡା,ପ୍ରମୁଖ ସାମିଲ ହୋଇଥିଲେ । ଅନ୍ୟ ପକ୍ଷରେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ପାତ୍ର , ରାଇକିଆ ଥାନା ଏଏସଆଇ ଅଶୋକ ତ୍ରିପାଠୀ, ଏଏସଆଇ ଏ.ଦୀନବନ୍ଧୁ , ବିଜୁ ଜନତା ଦଳ ସଭାପତି ରାଜମୋହନ ଦିଗାଳ ଯୋଗଦେଇ ଉତ୍ସାହିତ କରିଥିଲେ ।

Popular Articles