ଅଜଣା ଗାଡ଼ି ଧକ୍କା ରେ ଚାରୋଟି ଗାଈ ଓ ଗୋଟିଏ ଛୋଟ ବାଛୁରୀ ମୃତ

0
97
ଅଜଣା ଗାଡ଼ି ଧକ୍କା ରେ

ରିପୋର୍ଟ : ଜଗଦୀଶ ଦାସ
ରାଇକିଆ, (୦୯/୦୪) : ଅଜଣା ଗାଡ଼ି ଧକ୍କା ରେ ୪ ଟି ଗାଈ ଓ ଗୋଟିଏ ବାଛୁରୀ ମୃତ । ପ୍ରତ୍ୟକ୍ଷ ଦର୍ଷୀ ଙ୍କ କହିବା ଅନୁଯାଇ, କନ୍ଧମାଳ ଜିଲ୍ଲା ରାଇକିଆ ମୁଖ୍ୟ ରାସ୍ତା ର ପାଙ୍ଗାନାଯୁ ଛକ ରେ ଆଜି ସକାଳୁ ୪ ଟା ରୁ ୫ ଟା ସମୟ ମଧ୍ୟରେ ୭ ଟି ଗାଈ ଉପରେ ଅଜଣା ଗାଡ଼ି ଚଡ଼ିଗଲା ।

ଅଜଣା ଗାଡ଼ି ଧକ୍କା ରେ ୪ ଟି ଗାଈ ଓ ଗୋଟିଏ ବାଛୁରୀ ମୃତ ହୋଇଥିବା ବେଳେ ଏଥି ମଧ୍ୟରୁ ଗୋଟିଏ ଗାଈ ଓ ବାଛୁରୀ କୁ ଆଘାତ ହୋଇଛି ଏକ ବସ ଯାହାକି ଆମେ CCTV ରେ ଗାଡ଼ି ଲଗେଇ କି ପଲେଇ ବା ମଧ୍ୟ ଦେଖା ଯାଉଛି, ସୂଚନା ମୁତାବକ ପାଙ୍ଗାନାଯୁ ଗ୍ରାମ ର ଧନେଶ୍ଵର ପ୍ରଧାନ, ପ୍ରତାପ ଚନ୍ଦ୍ର ପ୍ରଧାନ, ଜୋସେଫ ପ୍ରଧାନ ଙ୍କ ଗାଈ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ରାଇକିଆ ପଶୁ ନିରୀକ୍ଷକ ପହଞ୍ଚି ଚିକିତ୍ସ୍ୟା କରୁଛନ୍ତି । ରାତି ହେଉ କି ଦିନ ହେଉ ଗାଡ଼ି ଗୁଡିକ ବହୁ ଜୋର୍ ରେ ଯାଉଛନ୍ତି । ଜାହରି ଫଳ ରେ ଆଜି ଏଇ ପରି ଘଟଣା ହେଇଗଲା ।