Monday, October 26, 2020
Home Government News ପୋଲିସ-ଓକିଲ ହାତାହାତି, ଥାନାରେ ମାମଲା ରଫାଦଫା

ପୋଲିସ-ଓକିଲ ହାତାହାତି, ଥାନାରେ ମାମଲା ରଫାଦଫା

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା(୦୪/୦୪): ଓକିଲଙ୍କ ମାଡରେ ପୋଲିସ ଆହତ, ତା ପୁଣି ଫାଣ୍ଡି ପରିସର ମଧ୍ୟରେ । ତେବେ କୌଣସି ଏକ ଅଦୃଶ୍ୟ ଶକ୍ତିର ଚାପରେ ପୋଲିସ ନରମି ଯାଇ ଅଭିଯୁକ୍ତକୁ ଛାଡି ଦେଇଥିବା ଘଟଣା ଲୋଇସିଂହା ଥାନା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ମତେ, ଲୋଇସିଂହା ଥାନା ଆଗଲପୁର ଫାଣ୍ଡି ଅଧିନ ଆଗଲପୁରର ଜନୈକ ଆଇନଜୀବୀ ଶନିବାର ପୂର୍ବାହ୍ନରେ ଫାଣ୍ଡିକୁ ଯାଇଥିଲେ । ପୂର୍ବରୁ ସେ କରିଥିବା ଅଭିଯୋଗ ବାବଦରେ ପୋଲିସ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ପୋଲିସ ସହିତ ସମ୍ପୃକ୍ତ ଓକିଲ ଯୁକ୍ତିତର୍କ କରିଥିଲେ । କଥା କଟାକଟିରୁ ପୋଲିସ ସହିତ ହାତାହାତି ହେବା ପର୍ଯ୍ୟନ୍ତ କଥା ଯାଇଥିଲା । ଏପରିକି ଓକିଲ ଜଣକର ଆକ୍ରମଣରେ ଫାଣ୍ଡି ଅଧିକାରୀ ମିର୍ଦ୍ଧା ବାବୁଙ୍କ ମୁଣ୍ଡ ଫାଟିଯାଇ ରକ୍ତସ୍ରାବ ହୋଇଥିଲା । ଫାଣ୍ଡିବାବୁଙ୍କୁ ଆକ୍ରମଣରୁ ରକ୍ଷା କରିବାକୁ ଯାଇ ଗାଡି ଡ୍ରାଇଭର ମଧ୍ୟ ଆହତ ହୋଇଥିଲେ । ତେବେ ପୋଲିସ ଉପରେ ଆକ୍ରମଣ ହେବା ପରେ ଫାଣ୍ଡିର ଅନ୍ୟାନ୍ୟ କର୍ମଚାରୀ ମାନେ ମିଶି ଓକିଲ ଜଣକୁ ବେଶ ଉତ୍ତମ ମଧ୍ୟମ ଦେବା ସହିତ ତାଙ୍କୁ ଧରି ଲୋଇସିଂହା ଥାନାକୁ ଆଣିଥିଲେ । ଫାଣ୍ଡିରେ ଦବଙ୍ଗଗିରି ଦେଖାଇଥିବା ଓକିଲ ଜଣକ କିନ୍ତୁ ଥାନାରେ ଟିକେ ନରମି ଯାଇଥିଲେ । ପୋଲିସ ମଧ୍ୟ ଅଭିଯୁକ୍ତ ଓକିଲ ଜଣକୁ କୋର୍ଟ ଚାଲାଣ କରିବା ପାଇଁ ପ୍ରସ୍ତୁତି ଚଳାଇଥିଲା । ତେବେ ଅଭିଯୁକ୍ତ ଓକିଲଙ୍କୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଥିଲା ଲୋଇସିଂହା ଓକିଲ ସଂଘ । ସଂଘର ସଭାପତିଙ୍କ ସହିତ ଜନୈକ ବରିଷ୍ଠ ସଦସ୍ୟ ଥାନାକୁ ଆସି ମାମଲାରେ ହସ୍ତକ୍ଷେପ କରିବା ସହିତ ବୁଝାମଣା କରିବା ପାଇଁ ଜୋରଦାର ପ୍ରୟାସ କରିଥିଲେ । ଏପରିକି ରାଜନୈତିକ ପ୍ରଭାବ ପକାଯାଇ ପୋଲିସକୁ ମାନସିକ ଚାପରେ ରଖିବା ପାଇଁ ସମସ୍ତ ପ୍ରସ୍ତୁତି କରିଥିଲା ଓକିଲ ସଂଘ । ଶେଷରେ ଥାନାରେ ମାମଲାର ଆପୋଷ ସମାଧାନ ହୋଇଥିଲା । ଥାନା ପରିସର ମଧ୍ୟରେ ପୁଣି ନିଜେ ପୋଲିସ ପ୍ରଚୁର ମାଡ଼ ଖାଇ ନିରବ ରହିବା ଘଟଣା ସାଧାରଣରେ ପୋଲିସର ଭାବମୂର୍ତ୍ତିକୁ କଳୁଷିତ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ପ୍ରକାଶ ଯୋଗ୍ୟ ଯେ ଆଗଲପୁରର ତଥାକଥିତ ଓକିଲ ଜଣକର ନାମରେ ପୂର୍ବରୁ ଜାଲ ପ୍ରମାଣପତ୍ର ପ୍ରସ୍ତୁତି ସାଙ୍ଗକୁ ତହସିଲ ଅଫିସର ଜାଲ ଚେକ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବା ଭଳି ସଙ୍ଗୀନ ଅଭିଯୋଗ ରହିଥିବା ବେଳେ ଆଜିର ଘଟଣାରେ ପୋଲିସ ତାଙ୍କୁ ଛାଡ଼ିଦେବା ସାଧାରଣରେ ପୋଲିସର ଛବିକୁ ମଳିନ କରିଛି । ବର୍ତ୍ତମାନ ଲକଡାଉନ ଚାଲିଥିବା ବେଳେ ଏହାକୁ ଉଲଂଘନ କରିବା ଅଭିଯୋଗରେ ଅଭିଯୁକ୍ତ ଓକିଲକୁ ପୋଲିସ କୋର୍ଟ ଚାଲାଣ କରି ପାରିଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ବଲାଂଗୀର ଏସପି ଏହି ସମ୍ବେଦନଶୀଳ ଘଟଣା ପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବା ପାଇଁ ଦାବି ହେଉଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

3 COMMENTS

  1. ବିମଳେନ୍ଦୁ ସାହୁ ମହାଶୟ ଟିକିଏ ଜଣାଇବେ କି ଆଗଲପୁର ଖବର ବିଷୟରେ ଆପଣକଂ ର କିଛି ଜ୍ଞାନ ଅଛି ନା କାହାର ପ୍ରରୋଚନାରେ ବାଧ୍ୟ ହୋଇ ଆପଣ ଏମିତି ମିଛ ସମ୍ବାଦ ପ୍ରକାଶ କରିଛନ୍ତି।

    • ଆଶିଷ ମେହେର ମହାଶୟ, ଏହି ପ୍ରକାଶିତ ଖବରରେ କୌଣସି ଆଇନଜୀବୀଙ୍କ ନାମ ଦିଆଯାଇ ନାହିଁ । ଆଗଲପୁର ଠାରେ ଆହୁରି ଅନ୍ୟ ଆଇନଜୀବୀ ମାନେ ମଧ୍ୟ ଅଛନ୍ତି, କାହିଁ ସେମାନେ ତ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି । ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇ ନାହିଁ ନୀତିରେ ଏଥିପାଇଁ ଆପଣଙ୍କ ଏତେ ଗାତ୍ରଦାହ କାହିଁକି ହେଉଛି ତାର କାରଣ ବୁଝାପଡୁ ନାହିଁ ।

Comments are closed.

Most Popular

ହୃଦରୋଗରେ ପୀଡିତ ଗୁରୁତର ପିଲାର ଆକୁଳ ନିବେଦନ- ମୋତେ ବଞ୍ଚେଇ ଦିଅ, ବାପାଙ୍କ ଆଖି ନଷ୍ଟ, ମା ଓ ସାନ ପୁଅ ମାନସିକ ବିକାରଗ୍ରସ୍ତ

ରିପୋର୍ଟ: ରାକେଶ ମହାରଣା // କୋଦଳା (୨୬/୧୦): "ଏ ମା, ମୋ ଗୋଡକୁ ଦବା ଭାରି କଷ୍ଟ ହେଉଛି" | ଏହି ବିକଳ ସ୍ୱର ହେଉଛି ଘର ଭିତରେ ଶଯ୍ୟାଶାୟୀ ୧୨ବର୍ଷର କୋମଳ ପିଲା...

ଗୁରୁକୁଳ ଅନଲାଇନ ଶିକ୍ଷା ପଦ୍ଧତିର ଭାରତ କାର୍ଯ୍ୟାଳୟର ଉଦଘାଟନ

ରିପୋର୍ଟ: ସତ୍ୟଜିତ ବାରିକ ଭୁବନେଶ୍ୱର ତା ୨୪.୧୦): ଆସନ୍ତା ରବିବାର ୨୫ ତାରିଖ ଦିନ ୧୧ଟା ବେଳେ ଏଠାକାର ଏନ - ୧/ ୧୧୫, ଆଇ. ଆର.ସି ଭିଲେଜ ନୟାପଲ୍ଲୀ ଠାରେ ଏସାର ସିଷ୍ଟମୄସ...

କେବଳ ବିଦ୍ଧି ରକ୍ଷା ପାଇଁ ଚାଲିଛି ମା’ଙ୍କ ପୂଜା, ନା ଅଛନ୍ତି ଭକ୍ତ,ନା ଅଛି ସାଜସଜ୍ଜା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୨୪/୧୦): କରୋନା ଛଡାଇ ନେଇଛି ଖୁସି।ଏ ବର୍ଷ ପାର୍ବଣ ଋତୁରେ ପିଲା ଠାରୁ ବୁଢା କିଏ ବି ପାର୍ବଣର ମଜା ଜାଣିପାରିଲେ ନାହିଁ। କୋଭିଡ-୧୯ କଟକଣା ନିୟମ...

ଯୁବତୀଙ୍କ ଅସ୍ମିଳ ଭିଡ଼ିଓ ଭାଇରଲ କରି ଯୁବକ ଗିରଫ

ରିପୋର୍ଟ: ସନ୍ତୋଷ କୁମାର ନାୟକ // ବଲାଙ୍ଗୀର, ତା୨୪-୧୦): ବଲାଙ୍ଗୀର ଜିଲ୍ଲା ଲାଠୋର ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି ।...

Recent Comments

%d bloggers like this: