ପୋଖରୀ ରେ ବୁଡି ଦୁଇ ବାଳକ ମୃତ, ବାହୁନି କାନ୍ଦୁଛି ମା’ ଏବଂ ପରିବାର ଲୋକେ

0
139
ପୋଖରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୯/୦୪) : ପୋଖରୀ ବୁଡି ଯାଇ ଦୁଇ ଜଣ ମୃତ । ଭଦ୍ରକ ଜିଲ୍ଲା ଧାମନଗର ସହର ଅଞ୍ଚଳର ଚିଲପଦି ରାସ୍ତା କଡ଼ରେ ଥିବା ପୋଖରୀ ରେ ବୁଡି ଯାଇ ଦୁଇ ଜଣ ମୃତ

ଜଣେ ଧାମନଗର ଅଞ୍ଚଳର ହୋଇ ଥିବା ବେଳେ ଜଣେ ବାଲେଶ୍ଵର ଜିଲ୍ଲା ମାରକୋଣ ଅଞ୍ଚଳର ବୋଲି ଜଣାପଡିଛି । ଧାମନଗର ଧାମନଗର ଶାଆଁପୁର ଅଞ୍ଚଳର ବାଳକ ନାମ କମୋଳ ଲୋଚନ ବାରିକ ଯାହାଙ୍କ ବୟସ ୧୭ , ବାଲେଶ୍ଵର ଜିଲ୍ଲାର ମାରକୋଣା ଅଞ୍ଚଳରୁ ଆସି ଧାମନଗର ରହି ଭିଣେଇ ଘରେ ରହି ପଡୁଥିବା ବାଳକ ଜଣଙ୍କ ମୁକେଶ ଗିରି ଯାହାଙ୍କ ବୟସ ୧୬ ବୋଲି ଜଣାପଡିଛି । ଦୁଇ ଜଣ ବାଳକ ଧାମନଗର ଚିଲପଦି ରାସ୍ତା ନୂତନ କିରି ହୋଇ ଏକ ପୋଖରୀ କୁ ଗାଧେଇ ବାକୁ ଯାଇ ଦୁଇ ଜଣ ବୁଡ଼ି ଯାଇଥିଲେ ବେଳେ, ଘଟଣା ସ୍ଥଳରେ ଧାମନଗର ଅଗ୍ନିଶମ ବାହିନୀ ଓ ଭଣ୍ଡାରିପୋଖରୀ ଅଗ୍ନିଶମ ପହଞ୍ଚି ଖୋଜାଖୋଜି କରିବା ପରେ ଦୁଇ ବାଳକ ଙ୍କ ଶବ ଉଦ୍ଧାର କରିଥିଲେ । ତେବେ ଦୁଇ ବାଳକ ଶବ କୁ ଧାମନଗର ଗୋଷ୍ଠୀ ଚିକିତ୍ସାଳୟକୁ ଅଣା ଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଶବ ବ୍ୟବଚ୍ଛେଦ ଗୃହ କୁ ପଠା ଯାଇଥିବା ଜଣାପଡିଛି ।