୭ ଓ୍ବିକେଟରେ ଜିତିଲା ସିଏସକେ

0
117
୭ ଓ୍ବିକେଟରେ

ରିପୋର୍ଟ :ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୯/୦୪) : ଆଇପିଏଲ ସିରିଜର ୧୬ତମ ସିଜନରେ ୧୨ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)କୁ ୭ ଓ୍ବିକେଟରେ ପରାଜିତ କରିଛି ।

୭ ଓ୍ବିକେଟରେ ଜିତିଲା ସିଏସକେ । ଧାର୍ଯ୍ୟ ୧୫୮ ରନ ଲକ୍ଷ୍ୟର ପିଛା କରି ସିଏସକେ ୧୮.୧ ଓଭରରେ ୩ ଓ୍ବିକେଟ ହରାଇ ୧୫୯ ରନ ସଂଗ୍ରହ କରିଥିଲା । ସିଏସକେ ପକ୍ଷରୁ ଋତୁରାଜ ଗାଏକ୍ବାଡେ ୪୦ ରନ କରିଥିବାବେଳେ ଆଜିଙ୍କ୍ୟ ରାହାଣେ ୬୧, ଶିବମ ଦୁବେ ୨୮, ଅମ୍ବାତି ରାୟଡୁ ୨୦ ରନ କରିଥିଲେ । ମୁମ୍ବାଇର ଓ୍ବାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ସିଏସକେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଧିନାୟକ ଏମଏସ ଧୋନିଙ୍କ ନେତୃତ୍ୱରେ ଟିମ ବୋଲିଂ ଆରମ୍ଭ କରିଥିବାବେଳେ କ୍ୟାପଟେନ ରୋହିତ ଶର୍ମାଙ୍କ ନେତୃତ୍ୱରେ ଏମଆଇ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ଧାର୍ଯ୍ୟ ୨୦ ଓଭରରେ ଏମଆଇ ୮ ଓ୍ବିକେଟରେ ୧୫୭ ରନ କରିଥିଲା। ଫଳରେ ସିଏସକେ ପାଇଁ ବିଜୟ ଲକ୍ଷ୍ୟ ୧୫୮ ରନ ରହିଥିଲା । ଏମଆଇ ପକ୍ଷରୁ ରୋହିତ ଶର୍ମା ୨୧ ରନ କରିଥିବାବେଳେ ଇଶାନ କିଶାନ ୩୨, କ୍ୟାମେରନ ଗ୍ରୀନ ୧୨, ତିଲକ ବର୍ମା ୨୨, ଟିମ ଡେଭିଡ ୩୧, ହ୍ରିତିକ ଶୋକେନ ୧୮ ରନ କରିଥିଲେ ।