ଓଡିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ପାଞ୍ଚ ଦଫା ଦାବି ପତ୍ର ପ୍ରଦାନ

0
108
ଓଡିଶା ଫାର୍ମାସିଷ୍ଟ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୦୯/୦୪) : କୋଟପାଡ଼ ଠାରେ ଓଡିଶା ଫାର୍ମାସିଷ୍ଟ ସେବା ସଙ୍ଘ ତରଫରୁ ୫ ଦଫା ଦାବୀ ପତ୍ର ଗତ କାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସାରଥୀ ପ୍ରସାଦ ମୁନିଙ୍କୁ ପ୍ରଦାନ କରାଯାଇଛି ।

ଓଡିଶା ଫୋର୍ମାସିଷ୍ଟ ସେବା ସଂଘ ପକ୍ଷରୁ ପାଞ୍ଚ ଦଫା ଦାବି ପତ୍ର ପ୍ରଦାନ । ଚଳିତ ମାସ ପନ୍ଦର ତାରିଖ ସୁଦ୍ଧା ଦାବୀ ପୂରଣ ନ ହେଲେ ସତର ତାରିଖରୁ ସମୁହ ଛୁଟିରେ ଯିବା ପାଇଁ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ଉକ୍ତ ଦାବୀ ପତ୍ରରେ ଫାର୍ମାସିଷ୍ଟ ପଦବୀକୁ ଫାର୍ମାସି ଅଫିସର ଭାବେ ନାମ କରଣ କରିବା ସହ ୨୦୧୩ ମସିହା ପୂର୍ବରୁ ଠିକା ନିଯୁକ୍ତି ପାଇ କାମ କରୁଥିବା ସମସ୍ତ ଫାର୍ମାସିଷ୍ଟ ମାନଙ୍କ କାର୍ଯ୍ୟକାଳକୁ ବରିଷ୍ଠତା ନିମନ୍ତେ ବିବେଚନା କରଯାଉ ଏବଂ ଆର୍ଥିକ ସୁବିଧା ନିଶ୍ଚିତ କରାଯାଉ । ଏମ .ଏଚ. ୟୁ .ଆର. ବି .ଏସ. କେ. ଅଧୀନରେ କାର୍ଯ୍ୟରତ ସମସ୍ତ ଫାର୍ମାସିଷ୍ଟ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଖାଲି ସ୍ଥାନରେ ନିୟମିତ ନିଯୁକ୍ତି ଦିଆଯାଉ ।

ଫାର୍ମାସିଷ୍ଟ ମାନଙ୍କ ମୂଳ ଦରମା, ଗ୍ରେଡ଼ ପେ ୨୧୦୦ ଟଙ୍କାରୁ ୨୧୦୦ ଟଙ୍କାକୁ ବୃଦ୍ଧି କରିବା ସହ ଦୁଇ ବର୍ଷ ଚାକରି କରିବା ପରେ ସମୟାନୁକ୍ରମେ ସମସ୍ତଙ୍କୁ ଗ୍ରେଡ଼ ପେ ୩୨୦୦ ଟଙ୍କା ପ୍ରଦାନ କରଯାଉ ଏବଂ ସରକାର ୨୦୨୨ ରେ ପ୍ରକାଶ କରିଥିବା ସଂଶୋଧିତ ଫାର୍ମାସିଷ୍ଟ କ୍ୟାଡର ୨୦୧୬ ପରିବର୍ତ୍ତେ ୨୦୧୩ ରୁ କାର୍ଯ୍ୟକାରୀ କରିବା ସମେତ ପଦୋନ୍ନତି କରିବା ସହ ଚଳିତ ମାସର ପନ୍ଦର ତାରିଖ ସୁଦ୍ଧା ଉକ୍ତ ଦାବୀ ଗୁଡିକ ପୂରଣ ନ ହେଲେ ସତର ତାରିଖରୁ ସମୁହ ଛୁଟିରେ ଯିବେ ବୋଲି ଦାବି ପତ୍ରରେ ଉଲ୍ଲେଖ ଥିବା ଜଣା ଯାଇଛି । ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସାରଥୀ ପ୍ରସାଦ ମୁନିଙ୍କ ଜରିଆରେ ସୂର୍ଯ୍ୟ କାନ୍ତ ପାଢ଼ୀ, ତାପସ ପରିଡା, ଅଶୋକ ସାହୁ, ସୁଶାନ୍ତ ଢାଲ, ସନ୍ତୋଷ ପାଢ଼ୀ , ସଞ୍ଜୟ ସାହୁ, ନିର୍ଦ୍ଦେଶକ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ, ଓଡିଶାକୁ ପ୍ରେରଣ କରିଥିବା ଜଣା ପଡିଛି ।