Thursday, March 28, 2024

Top 5 This Week

Related Posts

ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କଲେ ପରିବା ଦୋକାନୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୮/୦୪) : ନୟାପଲ୍ଲୀ ଅଞ୍ଚଳରେ ଝୁଲିପଡିଲେ ଯୁବକ । ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କଲେ ଯୁବକ । ମୃତକ ସୁମନ ସାହୁ ବୋଲି ଜଣାପଡିଛି ।

ତାଙ୍କ ବୟସ ୨୮ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ବେହେରା ସାହିରେ ଘଟିଛି ଅଭାବନୀୟ ଘଟଣା । ପରିବା ଦୋକାନ କରି ଚଳନ୍ତି ସୁମନ ସାହୁ । ତେବେ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ ସେନେଇ ତଦନ୍ତ କରୁଛି ପୋଲିସ । ଏ ଖବର ପରେ ସାରା ଅଞ୍ଚଳରେ ଭୟଭୀତ ପରିବେଶ ଦେଖିବାକୁ ମିଳିଛି । କାହିଁକି ଏପରି ଭାବେ ଆତ୍ମହତ୍ୟା କରୁଛନ୍ତି ଯୁବପୀଢ଼ି ତାକୁ ନେଇ ଉଠୁଛି ପ୍ରଶ୍ନ । ଅନ୍ୟପଟେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି ।

Popular Articles