Advertisements
Saturday, May 30, 2020
Home District News ପାଇକମାଲରେ ବିଦ୍ଯୁତ କାଟ, ଲୋକଙ୍କ ଅବସ୍ଥା ଶୋଚନୀୟ

ପାଇକମାଲରେ ବିଦ୍ଯୁତ କାଟ, ଲୋକଙ୍କ ଅବସ୍ଥା ଶୋଚନୀୟ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୨/୪): କରୋନା ଭାଇରସ ରୋଗ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ ଡାଉନ ଘୋଷଣା କରି ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ କଡାକଡି ନିର୍ଦ୍ଦେଶ ଦିଆ ଯାଉଥିବା ବେଳେ ଅସମୟରେ ବିଦ୍ଯୁତ କାଟ ଓ ବାରମ୍ବାର ବିଦ୍ଯୁତ ବିଭ୍ରାଟ ଜନ ଜୀବନକୁ ଅସ୍ତ ବ୍ଯସ୍ତ କରି ଦେଉଛି ।

ବରଗଡ଼ ଜିଲ୍ଲାର ପାଇକମାଲ ବିଦ୍ଯୁତ ସଡକ ଡିଭିଜନ ମାଣ୍ତୋସିଲ, ପାଇକମାଲ,ଝିଟିକି ପ୍ରଭୃତି ଅଞ୍ଚଳରେ ପ୍ରଥମେ ସକାଳ ସାଢେ ୫ଟାରୁ ୭ଟା ପର୍ଯ୍ଯନ୍ତ, ଦିନ ସାଢେ ୧୨ଟାରୁ ଅପରାହ୍ନ ୨ଘ ୩୦ ମି ପର୍ଯ୍ଯନ୍ତ ପାୱାର କଟ ହେଉଥିବା ବେଳେ ଏହାବାଦ ବିଭିନ୍ନ ସମୟରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ଯୁତ କାଟ ହେଉଛି । ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ୪୦ ଡିଗ୍ରୀ ତାପମାତ୍ରାରେ ଦ୍ବିପହରରେ ୨ ଘଣ୍ଟା ପାୱାର କଟ ଲୋକଙ୍କୁ ନର୍କ ଯନ୍ତ୍ରଣା ସଦୃଶ ହେଉଛି । ଗୋଟିଏ ପଟେ କରୋନା ରୋଗ ଯୋଗୁଁ ଲକ ଡାଉନ ଘୋଷଣା କରି ଲୋକଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଉ ଥିବା ଓ ଯିଏ ଘରୁ ବାହାରିଲା ପୁଲିସ ଠାରୁ ନିର୍ଘାତ ମାଡ ଖାଉଥିବା ବେଳେ ଦିନ ଦ୍ବିପହରରେ ବିଦ୍ଯୁତ ଅଭାବରୁ ଦୁଇ ତିନି ଘଣ୍ଟା ଧରି ଲୋକେ ପିଲା ଛୁଆଙ୍କୁ ଧରି ଘରେ କିପରି ଦୟନୀୟ ଭାବେ ଚଳୁଥିବେ ତାହା ସହଜରେ ଅନୁମେୟ ।

ଏହାର ପ୍ରତିକାର ପାଇଁ କେହି ବି ଏପରିକି କୌଣସି ନିର୍ବାଚିତ ଜନ ପ୍ରତିନିଧି ମାନେ ସ୍ବର ଉତ୍ତୋଳନ କରୁ ନାହାନ୍ତି । ଫଳରେ ବିଦ୍ଯୁତ ବିଭାଗର ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଜିଲ୍ଲାପାଳ ଏ ଦିଗରେ ଆଶୁ ପଦକ୍ଷେପ ନେବାକୁ ଜଣେ ସଚେତନ ବିଦ୍ଯୁତ ଗ୍ରାହକ ବନବସ ସାହୁ ଦାବି କରିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଆଜି ବଲାଙ୍ଗୀରରେ ୭ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ୧୮୧୯ ଓ ସୁସ୍ଥ ହେଲେ ୯୭୭

ଭୁବନେଶ୍ୱର, ୩୦ା୫(ଓଡ଼ିଶା ନ୍ୟୁଜ୨୪): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ...

ଲକ ଡାଉନ ସମୟରେ ରକ୍ତର ଅଭାବକୁ ଦୂର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଆଲୋକ ପଣ୍ଡା //ଭୁବନେଶ୍ୱର (୨୯/୦୫): ଲକ ଡାଉନ ସମୟରେ ଦେଖାଦେଇଥିବା ରକ୍ତର ଘୋର ଅଭାବକୁ ଦୂର କରିବାକୁ ଯାଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଅଣ୍ଟା ଭିଡ଼ିଛନ୍ତି l...

ଅ।ନ୍ତଜାତି ବିବାହ ପ୍ରତ୍ସାହନ ରାଶି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ଼ା (୩୦/୦୫): ଅନୁସୂଚିତ ଜାତି ଝିଅ/ପୁଅ ସହିତ ଅନ୍ୟ ଜାତିରେ ବିବାହ କରିଥିବା କରିଥିବା ୧୧ଯୋଡ଼ା ବର କନ୍ୟାଙ୍କୁ ସରକାର ଙ୍କ ତରଫରୁ...

Recent Comments

%d bloggers like this: