Related Contents

ପାପଡାହାଣ୍ଡି ବସ ଷ୍ଟାଣ୍ଡ ନିକଟରେ ଜଣେ ଛାତ୍ରୀ ଉଦ୍ଧାର

ନବରଙ୍ଗପୁର : (ଏ. ସତୀଶ) ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବସ ଷ୍ଟାଣ୍ଡ ନିକଟରେ ଜଣେ ଛାତ୍ରୀ ଙ୍କୁ ଉଦ୍ଧାର କରାଯାଇଛି।ଉକ୍ତ ଛାତ୍ରୀ ନବରଙ୍ଗପୁର ବ୍ଲକର ତାରାଗାଁ ଅନ୍ତର୍ଗତ କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ବୋଲି ଜଣାପଡ଼ିଛି।କୌଣସି କାରଣ ବଶତଃ ହୋଷ୍ଟେଲ ଛାଡି ୮କିଲୋମିଟର ଚାଲି ଚାଲି ତାରାଗାଁ ରୁ ପାପଡାହାଣ୍ଡି ରେ ପହଂଚି ଥିଲା।ବହୁ ସମୟ ଧରି ଏକ ଦୋକାନ ଗୃହର ବାରଣ୍ଡାରେ ବସିବାର ଦେଖି ଲୋକମାନକ ମଧ୍ୟରେ ସନ୍ଦେହ ହୋଇଥିଲା।ତାହାପରେ ତାକୁ ପଚରାଉଚରା କରାଯାଇଥିଲା କେଉଁ କାରଣରୁ ହୋଷ୍ଟେଲ ଛାଡି ପଳାଇ ଆସିଛୁ ପଚରା ଯିବାରୁ ସେ କହିଥିଲା ତିନି ଚାରିଦିନ ଆଗରୁ ଘରକୁ ଯିବି ବୋଲି କହିଥିଲି କିନ୍ତୁ ଘରକୁ ଯିବାକୁ ଦିଆଯାଇନଥିଲା । ହୋଷ୍ଟେଲ ଅବ୍ୟବସ୍ଥାରେ ଚାଲିଛି ଓ ହୋଷ୍ଟେଲ ର କର୍ତ୍ତୃପକ୍ଷ ମଧ୍ୟରେ ଉତ୍ତମ ବୁଝାମଣା ନ ଥିବାର ସେ କହିଛନ୍ତି। ପରେ ଛାତ୍ରୀଙ୍କ ସମ୍ପର୍କୀୟ କୁ ଫୋନ କରାଯାଇଥିଲା।ଛାତ୍ରୀଙ୍କ ମାମୁଁ ପାପଡାହାଣ୍ଡି ଆସି ଛାତ୍ରୀଙ୍କୁ ନିଜ ଘରକୁ ନେଇଥିଲେ ।ପୂର୍ବରୁ ମଧ୍ୟ ଏହି ହୋଷ୍ଟେଲର ଅବ୍ୟବସ୍ଥା ନେଇ ଛାତ୍ରଛାତ୍ରୀ ଅଭିଯୋଗ ଆଣିଥିଲେ।ହଷ୍ଟେଲ କର୍ତ୍ତୃପକ୍ଷ କିପରି ଏ ସମ୍ପର୍କରେ ଜାଣିପାରିଲେ ନାହିଁ ଏପରି ସ୍ଥଳେ କୌଣସି ଅଘଟଣ ଘଟିଥିଲେ ଏଥି ପାଇଁ କିଏ ଦାୟୀ ହୋଇଥାନ୍ତେ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ। ଭଗବତୀ ଭତ୍ର। କହିବା ସହ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି। ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢା ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆବାସିକ ବିଦ୍ୟାଳୟ ନିର୍ମାଣ କରୁଛନ୍ତି। କିନ୍ତୁ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଉଦାସୀନତା ମନୋଭାବ ଯୋଗୁଁ ସରକାରଙ୍କ ଯୋଜନା ସୁଫଳ ରୂପାୟନ ହୋଇପାରୁନାହିଁ।

Comments are closed.