ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୮/୦୪) : ପୁଣି ଫେରିଲା ବ୍ଲୁ ବାର୍ଡ । ଟ୍ୱିଟରର ଲୋଗୋକୁ ବଦଳାଇବା କିଛି ଦିନ ପରେ ପୁଣି ପୂର୍ବରୁ ଥିବା ନୀଳ ପକ୍ଷୀକୁ ଲୋଗୋ ଭାବରେ ଫେରାଇ ଆଣିଛନ୍ତି ଏଲନ ମସ୍କ ।
କିଛି ଦିନ ଆଗରୁ ଅଚାନକ ଟ୍ୱିଟରରେ ଥିବା ବ୍ଲୁ ବାର୍ଡ ସ୍ଥାନରେ ଡଗି ଫେସକୁ ଲଗାଇ ସମସ୍ଥଙ୍କୁ ଚମକାଇ ଦେଇଥିଲେ ଟୁଇଟରର ନୂଆ ମାଲିକ ଏଲନ ମସ୍କ । ପୂର୍ବରୁ ମସ୍କଙ୍କ ଡଗ୍ କଏନ ର ଲୋଗୋ ଥିବା ସିବା ଇନୁର ଫେସ କୁ ଟ୍ୱିଟରର ଲୋଗୋ ଭାବରେ ପରିବର୍ତ୍ତନ କରିଥିଲେ ମସ୍କ । ତାଙ୍କର ଏପରି ନିଷପତ୍ତି କୁ ନେଇ ସେସାସିଆଲ ମିଡିଆରେ ଏକ ପ୍ରକାର ଝଡ ସୃଷ୍ଟି ହୋଇଥିଲା । କିଛି ୟୁଜର୍ସ ଏହାକୁ ସ୍ୱାଗତ କରିଥିବା ବେଳେ ଅଧୀକାଂଶ ଏହା ମସ୍କଙ୍କ ର ଆଉ ଏକ ଅଜବ ନିଷ୍ପତ୍ତି ବୋଲି କମେଣ୍ଟ ଦେଇଥିଲେ । ତେବେ ପ୍ରଥମରୁ ଟ୍ୱିଟରର ରହି ଆସିଥିବାବ୍ଲୁ ବାର୍ଡ ପୁଣି ଥରେ ଫେରି ଆସିବା ପରେ ଟ୍ୱିଟରରାଇଟ ମାନେ ଟ୍ୱିଟ କରି ଖୁସି ବ୍ୟକ୍ତ କରିବାରେ ଲାଗିଛନ୍ତି ।