ପଡ଼ିଗଲି ରେ ତୋ ପ୍ରେମରେ” ଅଡିଓ ଭିଡ଼ିଓ ଲୋକାର୍ପିତ

0
110
ପଡ଼ିଗଲି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୮.୦୪) : ଅର୍ଣ୍ଣଭ ପ୍ରଡ଼କସନ୍ସ ପ୍ରସ୍ତୁତି ରେ ପ୍ରେସ୍ କ୍ଲବ ଠାରେ “ପଡ଼ିଗଲି ରେ ତୋ ପ୍ରେମରେ” ମ୍ୟୁଜିକ ଅଡିଓ ଭିଡ଼ିଓ ଲୋକାର୍ପଣ ହୋଇଯାଇଛି ।WhatsApp Image 2023 04 07 at 21.50.23 ପଡ଼ିଗଲି ରେ ତୋ ପ୍ରେମରେ" ଅଡିଓ ଭିଡ଼ିଓ ଲୋକାର୍ପିତ

ପଡ଼ିଗଲି ରେ ତୋ ପ୍ରେମରେ ଚଳଚ୍ଚିତ୍ର ର ଅଡିଓ ଭିଡ଼ିଓ ଲୋକାର୍ପଣ ଉତ୍ସବ ରେ ଅତିଥିଭାବେ ଅନେକ ଚଳଚ୍ଚିତ୍ର ର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ ଏବଂ ରମେଶ ବାରିକ ଯୋଗଦେଇ ବିଧି ଅନୁଯାୟୀ ପ୍ରଭୂ ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି ଏହି ଅଡିଓ ଲୋକାର୍ପଣ ଉତ୍ସବ ଶୁଭାରମ୍ଭ ହୋଇଥିଲା । ଅର୍ଣ୍ଣଭ ପ୍ରଡ଼କସନ୍ସ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଅଡିଓ ଭିଡ଼ିଓ ର ପ୍ରଯୋଜନା ଅଶୋକ ଦାସ କରିଥିବା ବେଳେ ନିର୍ଦ୍ଦେଶନା ଦାୟୀତ୍ୱ ଭାର କାନ୍ଧେଇଛନ୍ତି ଆଲୋକ ଲେଙ୍କା । ଅଭିନୟ ରେ ଅଛନ୍ତି ମିଷ୍ଟର ରାଉତ ଏବଂ ମିଠି । ଡକ୍ଟର ନିର୍ମଳ ନାୟକ ଙ୍କ ରଚିତ ଗୀତ କୁ ସଙ୍ଗୀତ ରେ ସଜେଇଛନ୍ତି ଆଜି କାଲିକା ଟ୍ରେଣ୍ଡ ର ସୁପର ହିଟ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ । ସଙ୍ଗୀତ ପରିଚାଳନା କରିଛନ୍ତି ରାଜା-ଅନିଲ ଏବଂ କଣ୍ଠଦାନ କରିଛନ୍ତି ସମସ୍ତଙ୍କ ପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଶୀତଲ କବି । ଗୀତ ଟି ମିଲନ ଷ୍ଟୁଡିଓ ରେ ପ୍ରସ୍ତୁତ କରାଯାଇଛି ।

ଏହି ଅଡିଓ କୁ ଭିଡ଼ିଓ ରେ ରୂପାନ୍ତରିତ କରିବା ପାଇଁ ଚିତ୍ରତ୍ତୋଳନ ଦାୟୀତ୍ୱ ନେଇଛନ୍ତି ଦେବବ୍ରତ ନାଥ, ସହଯୋଗ କରିଛନ୍ତି ପିଙ୍କୁ । ସାଗର ଙ୍କ ଦାୟୀତ୍ୱ ରହିଛି ରୂପସଜ୍ଜା । ଆର୍ଟ ପିକ୍ସସେଲ ପୋଷ୍ଟର ଡିଜାଇନ କରିଛନ୍ତି ଏବଂ ଭିଡ଼ିଓ ସମ୍ପାଦନା କରିଛନ୍ତି ଅମରଜିତ ଓଝା ଡି. ଆଇ କରିଛନ୍ତି ଅଶ୍ୱିନ (କ୍ୟାମେରା କ୍ଯୁ୍ନ) । ମ୍ୟୁଜିକ ଭିଡ଼ିଓ ର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଡି. କେ । ଏହି ମ୍ୟୁଜିକ ଭିଡ଼ିଓ ର ପ୍ରଚାର ପ୍ରସାର ଦାୟୀତ୍ୱ ନେଇଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ । ମଞ୍ଚ ପରିଚାଳନା କରିଥିଲେ ସୁମଧୁର ଭାଷୀ ଆର.ଜେ ଗୁଡ୍ଡୀ । ଭାରତ ବର୍ଷ ରେ ସବୁଠୁ ଅଧିକ ଅଡିଓ ଓଡ଼ିଶାରେ ପ୍ରସ୍ତୁତ କରାଯାଇଥାଏ ଏବଂ ବହୁ ମାତ୍ରାରେ ଲୋକାଦୃତ ମଧ୍ୟ ହୋଇଥାଏ । ତେଣୁ ଶ୍ରୋତା ତଥା ଦର୍ଶକ ଙ୍କ ରୁଚିକୁ ଲକ୍ଷ୍ୟ ରଖି ଏହି ଅଡିଓ ଭିଡ଼ିଓ “ପଡ଼ିଗଲି ରେ ତୋ ପ୍ରେମରେ” ଓଡିଶା ଦେଖିବ ବୋଲି ପ୍ରଯୋଜକ ତଥା ନିର୍ଦ୍ଦେଶକ ମତ ପ୍ରକାଶ କରିଛନ୍ତି ।