ଏମ୍ ପାୱାର ପବ୍ଲିକ ସ୍କୁଲର ତୃତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

0
530
ଏମ୍ ପାୱାର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୭/୦୪) : ରାୟଗଡ଼ା ଜିଲ୍ଲା ଗୁଣପୁର ସହର ସ୍ଥିତ ଏମ୍ ପାୱାର ପବ୍ଲିକ ସ୍କୁଲର ତୃତୀୟ ବାର୍ଷିକ ଉତ୍ସବ ଟାଉନ ହଲ୍ ଠାରେ ଆୟୋଜିତ ହୋଇଥିଲା ।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏମ୍ ପାୱାର ପବ୍ଲିକ ସ୍କୁଲ ଅନୁଷ୍ଠାନର ଏମ୍ ଡି ଗଣେଶ ବିଶ୍ଵାଳ, ଡାଇରେକ୍ଟର କୈଳାସ ଅଦାଵୁର ମୂଖ୍ୟ ଅତିଥି ଭାବେ ଯୋଗଦେଇ, ଅନୁଷ୍ଠାନର ବିକାଶ ଦିଗରେ ଅଗ୍ରାଧିକାର ଦିଆଯିବା ସହ ଛାତ୍ର ଛାତ୍ରୀଙ୍କ ଉନ୍ନତ ମାନର ପାଠପଢ଼ା ସାଙ୍ଗକୁ ଶାରିରୀକ ଓ ଵୈ।ଧିକ ଶିକ୍ଷା ଉପରେ ଗୁରୁତ୍ବ ଦେବାକୁ ସଦା ଚେଷ୍ଟିତ ବୋଲି କହିଥିଲେ । ମୂଖ୍ୟ ବକ୍ତା ଭାବେ ଗୁଣପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ନୀଳ ମାଧବ ଦାସ ଯୋଗଦେଇ ଅନୁଷ୍ଠାନର ଶିକ୍ଷାଦାନ ଶୈଳୀ ଓ ଆନୁଷଙ୍ଗିକ କାର୍ଯ୍ୟକଳାପକୁ ଭୁୟସୀ ପ୍ରଶଂସା କରିଥିଲେ । ଏମ୍ ପାୱାର ପବ୍ଲିକ ସ୍କୁଲ ଗୁଣପୁର ଶାଖାର ଚେୟାରମେନ ଏ . ସୁରିୟା ଓ ପ୍ରିନସପାଲ ଆର. ଶାନ୍ତି ବାର୍ଷିକ ଉତ୍ସବକୁ ପରିଚାଳନା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ ।

ପ୍ରିନସପାଲ ଆର ଶାନ୍ତି ଶିକ୍ଷାକୁ ଗୁରୁତ୍ୱ ଦେବା ସହ ପିଲାଙ୍କ ଭବିଷ୍ୟତ ଗଢିବାରେ ପିତାମାତାଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି କହିଥିଲେ । କରୋନା କଟକଣା ହଟିବା ପରେ ଏ ବର୍ଷ ମହା ସମାରୋହରେ ପାଳିତ ହୋଇଛି ବାର୍ଷିକ ଉତ୍ସବ । ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପ୍ରଦିପ ପ୍ରଜ୍ଜ୍ୱଳନ ସହିତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କୁନି କୁନି ପିଲାମାନଙ୍କ ସ୍ବାଗତ ସଙ୍ଗୀତ ଓ ନୃତ୍ୟରେ ଉପସ୍ଥିତ ଅତିଥି ଓ ଅଭିଭାବକମାନେ ବିମୋହିତ ହୋଇପଡ଼ିଥିଲେ । ପରେ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପୁରସ୍କାର ବିତରଣ କରାଯାଇଥିଲା । ଉକ୍ତ ଉତ୍ସବରେ ଏମ୍ ପାୱାର ପବ୍ଲିକ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।