ସାତ ବର୍ଷୀୟ ବାଳକ ର ଶୋଚନୀୟ ମୃତ୍ୟୁ

0
78
ସାତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୬/୦୪) : ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଜଣେ ସାତ ବର୍ଷୀୟ ବାଳକ ର ଶୋଚନୀୟ ମୃତ୍ୟୁ ଘଟିଛି ।WhatsApp Image 2023 04 06 at 23.48.39 ସାତ ବର୍ଷୀୟ ବାଳକ ର ଶୋଚନୀୟ ମୃତ୍ୟୁ

ସୂଚନାନୁଜାୟୀ, ମୁରିବାହାଲ ଥାନା ଅନ୍ତର୍ଗତ ସାତବହନି ଗ୍ରାମ ର ବେଲମତି ନାଗ ନାମ୍ନୀ ଜଣେ ମହିଳା ଙ୍କ ସାତ ବର୍ଷୀୟ ପୁଅ ଖେଳୁଥିବା ବେଳେ ନୂତନ ରୁପେ ଗ୍ରାମର ନିର୍ମାଣ ଚାଲିଥିବା ପିଲର କାମ ବେଳେ ଏକ ପିଲର କୁ ଟ୍ରାକ୍ଟର ଧକ୍କା ଦେଇ ଥିଲା । ଉକ୍ତ ଧକ୍କା ଯୋଗୁଁ ନିର୍ମାଣ ଧୀନ ଏକ ସିମେଣ୍ଟ ପିଲର ଭାଙ୍ଗି ଯାଇଥିଲା ଓ କଡ଼ରେ ଖେଳୁଥିବା ଥିବା ଉକ୍ତ ବେଲମତି ଙ୍କ ପୁଅ ଉପରେ ତାହା ପଡ଼ିଯାଇଥିଲା । ଫଳରେ ଗୁରୁତର ଆହତ ହୋଇ ଅଚେତ ହୋଇଯାଇଥିଲା । ତୁରନ୍ତ ତାଙ୍କ ମାଆ ବେଲମତି ଓ ଗ୍ରାମ ର କିଛି ଯୁବକ ଗୁରୁତର ଅବସ୍ଥା ରେ ଉକ୍ତ ବାଳକ କୁ ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ କୁ ଆଣି ଥିଲେ । ଡାକ୍ତରଖାନା ପହଞ୍ଚିବା କିଛି ସମୟ ପରେ ଡଃ ବିଜୁ ଅଗ୍ରୱାଲ ମୃତ ଘୋଷଣା କରିଥିଲେ । ବେଲମତି ଙ୍କ ତିନୋଟି ଝିଅ ଥିବାବେଳେ ଏହା ତାଙ୍କ ଛୋଟ ପୁଅ ।