ବିନିକା ମହିଳା ସ୍ନାତକ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ

0
112
ବିନିକା ମହିଳା

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୦୬/୪) : ଏପ୍ରିଲ୍ ୧ ରୁ ୭ ପର୍ଯ୍ୟନ୍ତ ଦୁର୍ଘଟଣା ମୁକ୍ତ ସପ୍ତାହ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହିଳା ସ୍ନାତକ ମହାବିଦ୍ୟାଳୟରେ ଆଜି ମହାନଦୀ ଯୁବ ସଂଗଠନ ତରଫରୁ ସଡ଼କ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବିନିକା ମହିଳା ସ୍ନାତକ ମହାବିଦ୍ୟାଳୟ ର ପ୍ରିନ୍ସପାଳ ମୀନକେତନ ପଧାନ ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥି ଭାବେ ବିନିକା ଥାନା ‌ଆଇଆଇସି ପବିତ୍ର ସାହୁ, ରଂଜନ କୁମାର ନାଇକ, ମହାନଦୀ ଯୁବ ସଂଗଠନ ର ସଭାପତି ପ୍ରକାଶ ଅଗ୍ରୱାଲ,‌ ପ୍ରତିଷ୍ଠାତା କ୍ଷୀର ସାଗର ବିଭାର, ମହାବିଦ୍ୟାଳୟର ଟ୍ରଷ୍ଟି ସଭାପତି ହିମାଂଶୁ ତ୍ରିପାଠୀ, ସମ୍ପାଦକ ବିକାଶ ମହାନ୍ତି ଯୋଗ ଦେଇ ସଡ଼କ ସୁରକ୍ଷା ଉପରେ ନିଜର ମତ ବକ୍ତବ୍ୟ ରଖିଥିଲେ । ଏଥିରେ ଅଧ୍ୟାପିକା ମନୀଷା ଭୋଇ, ଓଡ଼ିଆ ବିଭାଗ ଭୂମିସୂତା ପଧାନ, ଇଂରାଜୀ ଅଧ୍ୟାପକ ପଦ୍ମଲୋଚନ ସା, ବ୍ରଜରାଜ ଥନାପତି, ବାର୍ତାବହ କବିତା ଖେତୀ ସହ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷ ରେ ଭାଇସ ପ୍ରିନ୍ସପାଳ ଅର୍ପିତା ପଧାନ ଧନ୍ୟବାଦ ଅର୍ପଣ ଦେଇଥିଲେ ।