ସମିତି ସଭ୍ୟା ପଦ ପାଇଁ ନାମାଙ୍କନ ପତ୍ର ଦାଖଲ

0
112
ସମିତି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୬/୦୪) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ସମିତି ସଭ୍ୟା ପଦ ପାଇଁ ମମତା କର୍ଣ୍ଣ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି ।WhatsApp Image 2023 04 06 at 12.55.28 ସମିତି ସଭ୍ୟା ପଦ ପାଇଁ ନାମାଙ୍କନ ପତ୍ର ଦାଖଲ

ସୂଚନା ଯୋଗ୍ୟ, ଉକ୍ତ ପଞ୍ଚାୟତରେ ସମିତି ସଭ୍ୟା ଭାବେ ତନୁଜା ରଣବଂଶୀୟା ନିର୍ବାଚିତ ହୋଇଥିଲେ । ସେ ଅଙ୍ଗନୱାଡ଼ି କର୍ମୀ ଭାବେ ଚୟନ ହେବା ପରେ ସମିତି ସଭ୍ୟା ପଦରୁ ଇସ୍ତଫା ଦେଇଥିଲେ । ଏ ନେଇ ରାଜ୍ୟ ନିର୍ବାଚନ କମିଶନ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ଆଗାମୀ ମେ ୨ ତାରିଖ ହେବାକୁ ଥିବା ଏହି ଉପ ନିର୍ବାଚନ ଖବର ପାଇ ପଞ୍ଚାୟତରେ ରାଜ ନୈତିକ ଗତି ବିଧି ଚଳଚଞ୍ଚଳ ହୋଇପଡିଛି । ଏହି ପଦବୀ ପାଇଁ ମମତା କର୍ଣ୍ଣ ତାଙ୍କ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଆସି ନିଜର ପ୍ରାର୍ଥୀ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆଙ୍କ ଠାରେ ଦାଖଲ କରିଥିଲେ ।