ଗୋଷ୍ଠୀ ସଂଘର୍ଷରୁ ୧୪୪ ଧାରା ଜାରି

0
85
ଜାରି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୦୬/୦୬) : ମୟୁରଭଞ୍ଜ କରଞ୍ଜିଆ ଥାନା ଚଢେଇଭୋଳ ଅଞ୍ଚଳରେ ୧୪୪ ଧାରା ଜାରି । କିଛି ଦିନ ପୂର୍ବରୁ ଏ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା ।

ଏଥିରେ ପୋଲିସ ପ୍ରଶାସନ ଚେଷ୍ଟା କରିଥିଲା ସମସ୍ୟା ସମାଧାନ କରିବା ପାଇଁ । କରଞ୍ଜିଆ ଥାନା ଅଧିକାରୀ, କରଞ୍ଜିଆ ଏସଡିପିଓ, ଆଡିସନାଲ ଏସପିଙ୍କ ସହିତ ସ୍ଥାନୀୟ ଜନସାଧାରଣଙ୍କୁ ନେଇ ବୁଝାମଣା କରାଯାଇଥିଲା । ପରିସ୍ଥିତି ଶାନ୍ତ ରଖିବା ପାଇଁ କରଞ୍ଜିଆ ପୋଲିସ ପକ୍ଷରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । କିନ୍ତୁ ଚାପା ଉତେଜନା ଲାଗିରହିଥିବା ଯୋଗୁଁ ୧୪୪ ଧାରା ଲଗାଯାଇଛି ଯାହା ଦୁଇ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ।